www.samajalive.in
Saturday, December 6, 2025
19.1 C
Bhubaneswar

ଆମ୍ବୁଲାନ୍ସରେ ନ ଆସିବାରୁ ପ୍ରାଧ୍ୟାପିକାଙ୍କୁ ଡାକ୍ତରଖାନାରେ କରାଗଲା ନାହିଁ ଭର୍ତ୍ତି, ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଏପରି ଭାବେ ବଢି ଚାଲିଛି ଯେ, ତା ଆଗରେ ଉପଲବ୍ଧ ସମୁଦାୟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ନ୍ୟୁନ ମନେ ହେଉଛି। ଅନେକ ଡାକ୍ତରଖାନାରେ ଆଇସିୟୁ, ଭେଣ୍ଟିଲେଟର, ଅକ୍ସିଜେନ୍‍ ଓ ଶଯ୍ୟାର ଅଭାବ ଦେଖାଦେଇଛି। ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉନାହିଁ, ଯାହା ଫଳରେ ଲୋକମାନଙ୍କ ମୃତ୍ୟୁ ଘଟୁଛି। ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍କୁଲ ଅଫ୍‍ ନାନୋ ସାଇନ୍ସର ଡିନ୍‍ ପ୍ରଫେସର ଇନ୍ଦ୍ରାଣୀ ବାନାର୍ଜୀଙ୍କୁ ମଧ୍ୟ ଦୁଇ ଦିନ ଧରି ଶ୍ୱାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କର କିଛି ଛାତ୍ର ଓ ସହକର୍ମୀ ତାଙ୍କୁ କୋଭିଡ଼୍‍ ହସ୍ପିଟାଲ ନେଇଥିଲେ। ମାତ୍ର ହସ୍ପିଟାଲ କର୍ମଚାରୀ ତାଙ୍କୁ ସେଠାରେ ଭର୍ତ୍ତି କରାଇବାକୁ ମନା କରିଥିଲେ। ତାଙ୍କୁ ଆମ୍ବୁଲାନ୍ସରେ ଅଣାଯାଇନାହିଁ, ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇପାରିବ ନାହିଁ ବୋଲି କହି ହସ୍ପିଟାଲ କର୍ମଚାରୀ ତାଙ୍କୁ ଫେରାଇ ଦେଇଥିଲେ। ଫଳରେ ଜୀବନ ସଂଘର୍ଷ କରି ଶେଷରେ ଇନ୍ଦ୍ରାଣୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଇନ୍ଦ୍ରାଣୀ ବାନାର୍ଜୀ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ। ତାଙ୍କ ଛାତ୍ରମାନଙ୍କ କହିବାନୁସାରେ ଶୁକ୍ରବାର ତାଙ୍କ ଅକ୍ସିଜେନ୍‍ ସ୍ତର ୯୦-୯୨% ପାଖାପାଖି ଥିଲା। ସେହିଦିନ ତାଙ୍କୁ ଗାନ୍ଧୀନଗର ସ୍ଥିତ ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ଉକ୍ତ ଡାକ୍ତରଖାନାର ସାମର୍ଥ୍ୟ ଅନୁସାରେ ରୋଗୀ ଭରପୁର ଥିଲେ। ଏହାପରେ ତାଙ୍କୁ ଗାନ୍ଧୀନଗରର ଏକ ଘରୋଇ ଚିକତ୍ସାଳୟକୁ ନେବା ପାଇଁ ଇନ୍ଦ୍ରାଣୀ ନଜି ସହଯୋଗୀଙ୍କୁ ଅନୁରୋଧ କରିଥିଲେ।

- Advertisement -

କିନ୍ତୁ ସେହି ଘରୋଇ ଡାକ୍ତରଖାନା କର୍ମଚାରୀ କହିଥିଲେ ଯେ, ଏଠାରେ BiPAP ଅକ୍ସିଜେନ୍‍ ସାନ୍ଧ୍ରତା ଓ ଭେଣ୍ଟିଲେଟରର ଅଭାବ ରହିଛି, ଯାହା କି ଇନ୍ଦ୍ରାଣୀଙ୍କ ପାଇଁ ନିହାତି ଆବଶ୍ୟକ ଥିଲା। ଏହାପରେ ଶନିବାର ଛାତ୍ର ଓ ସହକର୍ମୀମାନେ ଇନ୍ଦ୍ରାଣୀଙ୍କୁ ନିଜ ଗାଡ଼ିରେ ଅହମଦାବାଦ ମହାନଗର ନିଗମ କୋଭିଡ଼୍‍ ହସ୍ପିଟାଲ ନେଇଥିଲେ। ମାତ୍ର ସେ ଆମ୍ବୁଲାନ୍ସରେ ଆସିନାହାନ୍ତି ତେଣୁ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇପାରିବ ନାହିଁ ବୋଲି କହି ହସ୍ପିଟାଲ କର୍ମଚାରୀ ତାଙ୍କୁ ଫେରାଇ ଦେଇଥିଲେ। ଏହାପରେ ପୁଣି ଥରେ ତାଙ୍କୁ ଗାନ୍ଧୀନଗର ଡାକ୍ତରଖାନାକୁ ନିଆଯାଇଥିଲା। ଏହି ସମୟରେ ତାଙ୍କର ଅକ୍ସିଜେନ ସ୍ତର ୬୦% ପାଖାପାଖି ଥିଲା ବୋଲି ଇନ୍ଦ୍ରାଣୀଙ୍କ ସହଯୋଗୀ ସୂଚନା ଦେଇଛନ୍ତି। ଦୀର୍ଘ ସମୟ ପରେ ଗାନ୍ଧୀନଗର ଡାକ୍ତରଖାନା କର୍ମଚାରୀ ଇନ୍ଦ୍ରାଣୀଙ୍କ ପାଇଁ BiPAP ଅକ୍ସିଜେନ୍‍ ମେସିନ୍‍ ଯୋଗାଡ଼ କରିଥିଲେ, ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଜୀବନ ସହ ସଂଘର୍ଷ କରି କରି ଶେଷରେ ହାରିଯାଇଥିଲେ ଇନ୍ଦ୍ରାଣୀ। ରବିବାର ତାଙ୍କ ସହଯୋଗୀ ଶବ ସଂସ୍କାର ପାଇଁ ନେଇଯାଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories