www.samajalive.in
Sunday, December 7, 2025
14.1 C
Bhubaneswar

ସାମ୍ବାଦିକଙ୍କ ବିରୋଧରେ ସାଇବର ଆତଙ୍କବାଦ ଅଭିଯୋଗ: ଶତ୍ରୁତାଭାବ ଉସୁକାଉଥିବା ଅଭିଯୋଗରେ ମାମଲା

ହିସାର: ଜଣେ ସାମ୍ବାଦିକ ତାଙ୍କଦ୍ୱାରା ପରିଚାଳିତ ଏକ ନ୍ୟୁଜ ପୋର୍ଟାଲରେ ସମାଜରେ ଜାତିଗତ ଶତ୍ରୁତା ଏବଂ ଦଙ୍ଗା ସୃଷ୍ଟି କରିବାଭଳି ଖବର ପରିବେଷଣ କରି ଏବେ ଶେଷରେ କାଠଗଡାରେ ଛିଡା ହୋଇଛନ୍ତି। ତାଙ୍କ ବିରୋଧରେ ସାଇବର ଆତଙ୍କବାଦ ସହିତ ବିଭିନ୍ନ ସମୁଦାୟ ମଧ୍ୟରେ ଶତ୍ରୁତାଭାବକୁ ଉସୁକାଉଥିବା ଅଭିଯୋଗ ଅଣାଯାଇ ଏକ ମାମଲା ରୁଜ୍ଜୁ କରାଯାଇଛି।
ହରିଆଣା ପୋଲିସ ପକ୍ଷରୁ ଏଭଳି ସଂଗୀନ ଅଭିଯୋଗ ଅଣାଯାଇଥିବା ସାମ୍ବାଦିକ ହିସାର ବାସିନ୍ଦା। ସେ ତାଙ୍କ ନ୍ୟୁଜ ପୋର୍ଟାଲରେ ଏକ ଖବର ପ୍ରସାରଣ କରିଥିଲେ। ସେଥିରେ କୁହାଯାଇଥିଲା ଯେ ହିସାରରେ ଜାତିଆଣ ଦଙ୍ଗା ହେବାକୁ ଯାଉଛି। ଏହା ଉଭୟ ହରିଆଣା ଏବଂ ସାରା ଭାରତ ପାଇଁ ଏକ ବ୍ଲୁ ପ୍ରିଣ୍ଟ ସଦୃଶ ହେବ। ଏହି ଖବର ପ୍ରସାରିତ ହେବାପରେ ହରିଆଣା ପୋଲିସ ତାଙ୍କ ବିରୋଧରେ ଗତ ଶୁକ୍ରବାର ଦିନ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଓ ସୂଚନା ପ୍ରଯୁକ୍ତି ଆଇନର ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରିଛି। ତେବେ ଏହାକୁ ବିରୋଧୀ ଦଳଗୁଡିକ ତୀବ୍ର ସମାଲୋଚନା କରିଛନ୍ତି। ପୋଲିସ କହିଛି ଯେ ଉକ୍ତ ସାମ୍ବାଦିକଙ୍କ ବିରୋଧରେ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଶତ୍ରୁତାଭାବକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ସଂହତି ପ୍ରତି କ୍ଷତି ପହଞ୍ଚାଇବାଭଳି ଖବର ପ୍ରସାରଣ କରିବା ଅଭିଯୋଗ ଅଣାଯାଇଛି। ସୂଚନାଯୋଗ୍ୟ ଯେ ନୂଆ କୃଷି ଆଇନକୁ ବିରୋଧକରି ଦୀର୍ଘକାଳ ଧରି ଚାଲିଥିବା କୃଷକମାନଙ୍କର ଆନ୍ଦୋଳକୁ ଉକ୍ତ ସାମ୍ବାଦିକ ବ୍ୟାପକ ପ୍ରଚାର ପ୍ରସାର କରିଆସୁଛନ୍ତି। ତେବେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ହରିଆଣାର ସାମ୍ବାଦିକମାନେ ତୀବ୍ର ବିରୋଧ ଓ ନିନ୍ଦା କରିଛନ୍ତି। ଉକ୍ତ ସାମ୍ବାଦିକ କହିଛନ୍ତି, ସେ ବିଭିନ୍ନ ସୂତ୍ରରୁ ପାଇଥିବା ସୂଚନା ଆଧାରରେ ହିଂସା ଘଟିପାରେ ବୋଲି ଖବର ପ୍ରସାରଣ କରିଥିଲେ। ଏହା ପଛରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ନଥିଲା। ସେ ଜଣେ ଦାୟିତ୍ୱସଂପନ୍ନ ନାଗରିକ ଓ ସାମ୍ବାଦିକ ଭାବରେ ନିଜ କର୍ତ୍ତବ୍ୟ କରିଛନ୍ତି।

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories