www.samajalive.in
Sunday, December 14, 2025
16.1 C
Bhubaneswar

ଗୋବିନ୍ଦନଗର ପଂଚାୟତ ରେ ୧୫ ଟିକିଆ ବଣୁଆ ହାତୀ

ଚିକିଟି : ଜଙ୍ଗଲ ଲଣ୍ଡା , ନିଆଁରେ ଧ୍ୱଂସାଭିମୁଖୀ , ଜଳ ଓ ଖାଦ୍ୟ ଅଭାବରେ ଗାଁ ମୁହାଁ ବନ୍ୟଜନ୍ତୁ। ଏବେ ଗାଁ ମୁହାଁ ହୋଇଛନ୍ତି ବଣୁଆ ହାତୀ। ଗୋବିନ୍ଦ ନଗର ପଂଚାୟତର କିଶୋରଚନ୍ଦ୍ର ପୁର, ଝରପାଲି, ପନାଡ଼ ଆଦି ଗ୍ରାମ ଗୁଡିକରେ ବଣୁଆ ହାତୀ ଉପଦ୍ରଵ ଦେଖାଯାଇଛି l ଗତ ରାତିରେ ଟାମଣା ଜଙ୍ଗଲ ପଟୁ ୧୫ଟି ବଣୁଆ ହାତୀ ଆସିଥିବା ଚିକିଟି ବନ ବିଭାଗ ତରଫରୁ ଜଣାପଡିଛି l ଆଜି ଏହି ହାତୀ ପଲ ଆମ୍ବ,, କଦଳୀ ଗଛ ଗୁଡିକ ନଷ୍ଟ କରୁଥିବା ସୂଚନା ମିଳିଛି l ହାତୀ ଉପଦ୍ରବରେ ଅଞ୍ଚଳ ବାସୀ ଭୟଭୀତ ହୋଇପଡିଛନ୍ତି । ଆଜି ସନ୍ଧ୍ୟାରୁ ଏହି ଗାଁ ମାନଙ୍କରେ ତାଟି କବାଟ ପଡିଯାଇଛି। ହାତୀ ଘଉଡ଼ାଇଵା ପାଇଁ ବନ କର୍ମଚାରୀ ପହଞ୍ଚିଛନ୍ତି l ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ କ୍ଷୟକ୍ଷତିର ବିବରଣୀ ମିଳିନାହିଁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories