www.samajalive.in
Monday, December 8, 2025
14.1 C
Bhubaneswar

୨ ଲକ୍ଷ ଜମି ବିକ୍ରି ଟଙ୍କା ନେଇ ବୋହୂ ଛୁ..; ଥାନାରେ ଶ୍ୱଶୁର

ନୀଳଗିରି : ସ୍ୱାମୀ ଓ ଶ୍ୱଶୁର କାମଧନ୍ଦାକୁ ଯାଇଥିବା ସୁଯୋଗରେ ତାଙ୍କ ବୋହୁ ଚଞ୍ଚକତା କରି ଜମି ବିକ୍ରି କରି ରଖିଥିବା ୨ ଲକ୍ଷ ଟଙ୍କାକୁ ଧରି ଚମ୍ପଟ ମାରିବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ଏନେଇ ଶ୍ୱଶୁର ଥାନାର ଦ୍ୱାରସ୍ଥ ହେବା ପରେ ପୁଲିସ ପକ୍ଷରୁ ତନାଘନା ଚାଲିଛି।
ବାଲେଶ୍ୱର ଜିଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଅଞ୍ଚଳର ରମେଶ ମଲିକ ଜମି ବିକ୍ରି କରି ୨ଲକ୍ଷ ଟଙ୍କା ଘରେ ରଖିଥିଲେ। ରମେଶ ଏବଂ ତାଙ୍କ ପୁଅ ବିଜୟ ମଲିକ ଶନିବାର କାମ କରିବାକୁ ଯାଇଥିଲେ। ପୂର୍ବଯୋଜନା ଅନୁସାରେ ରମେଶଙ୍କ ବୋହୂ; ତାଙ୍କ ବାପା ତଥା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଅଞ୍ଚଳର ମଦନା ମଲିକ, ଭାଇ ଜୟନ୍ତ, ଭଉଣୀ କନକ ଏବଂ ଭିଣୋଇ ଧୂସା ମଲିକଙ୍କୁ ଡକାଇ ଶ୍ୟାମସୁନ୍ଦରପୁର ବଜାରରେ ଜଗାଇ ରଖିଥିଲେ। ସେମାନଙ୍କ ସଲାସୁତରାରେ ଘରୁ ଏହି ଜମି ବିକ୍ରି ୨ ଲକ୍ଷ ଟଙ୍କାକୁ ଚୋରାଇବା ପରେ ବଜାରକୁ ଔଷଧ କିଣିବା ବାହାନାରେ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। କାମରୁ ଫେରି ଘରେ ଟଙ୍କା ନଥିବା ଏବଂ ତାଙ୍କ ବୋହୁ ମଧ୍ୟ ପଳାଇ ଯାଇଥିବା ଦେଖି ଶ୍ୱଶୁର ରମେଶ ବୋହୂର ବାପଘର ଲୋକଙ୍କୁ ଫୋନ କରିଥିଲେ। କିନ୍ତୁ ତାଙ୍କ ବୋହୁ ଏବଂ ବାପଘର ଲୋକେ କୁଆଡ଼େ ତାଙ୍କୁ ଓଲଟା ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ରବିବାର ଶ୍ୱଶୁରଙ୍କ ପକ୍ଷରୁ ବୋହୂ ଏବଂ ତାଙ୍କ ପରିବାର ନାଁରେ ନୀଳଗିରି ଥାନାରେ ଏକ ଏତଲା ଦାଏର କରାଯାଇଛି। ସ୍ଥାନୀୟ ପୁଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ଅଞ୍ଚଳରେ ଏହା ସମ୍ପ୍ରତି ଚର୍ଚ୍ଚର ବିଷୟ ପାଲଟିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories