www.samajalive.in
Friday, December 12, 2025
23.1 C
Bhubaneswar

୧୦ କୋଟି ଟପିଲା କୋଭିଡ ଟିକାକରଣ – ଆଗରେ ମହାରାଷ୍ଟ୍ର, ଶେଷରେ ଲାକ୍ଷାଦ୍ଵୀପ

ଦେଶରେ କରୋନା ସଂକ୍ରମଣ ଅତ୍ୟଧିକ ସଂଖ୍ୟାରେ ବୃଦ୍ଧି ପାଉଥିବା ଚିନ୍ତାର କାରଣ ହୋଇଛି। ଅନ୍ୟ ପକ୍ଷରେ ସଂକ୍ରମଣ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶରେ କରୋନା ପ୍ରତିଷେଧକ ଟିକାକରଣ ବୃଦ୍ଧି ପାଇଛି। ଆଜି ସୁଦ୍ଧା ଦେଶର ୬୦ ହଜାର ୬୫୯ଟି ଟିକାକରଣ କେନ୍ଦ୍ରରେ ୧୦ କୋଟି ୧ ଲକ୍ଷ ୮୫ ହଜାର ୨୭ ଜଣଙ୍କୁ ଟିକାକରଣ କରାଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୮ କୋଟି ୮୪ ଲକ୍ଷ ୧୫ ହଜାର ୩୧୬ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧ କୋଟି ୧୭ ଲକ୍ଷ ୬୯ ହଜାର ୭୧୧ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ଆଜି ୬ ଲକ୍ଷ ୯୫ ହଜାର ୨୪୪ ଜଣ ଏହି କରୋନା ପ୍ରତିଷେଧକ ଟିକା ନେଇଛନ୍ତି। ଦେଶବ୍ୟାପୀ ୫୫ ହଜାର ୩୨୪ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୫ ହଜାର ୩୩୫ଟି ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ଦିଆଯାଉଛି।

ସୂଚନା ଅନୁଯାୟୀ, କୋଭିଡ ପ୍ରତିଷେଧକ ଟିକା ପାଇଁ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷ ୧୨ ହଜାର ୭୬୩ ଜଣ ଅନଲାଇନ ଜରିଆରେ ପୋର୍ଟାଲରେ ପଞ୍ଜିକରଣ କରିଥିବା ବେଳେ ୫ କୋଟି ୭୮ ଲକ୍ଷ ୨୭ ହଜାର ୮୨୬ ଜଣ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଆସି ପଞ୍ଜିକରଣ କରି ତତ୍କାଳ ଟିକା ନେଇଛନ୍ତି। ସେହିପରି ଦେଶରେ ୨ କୋଟି ୩୧ ଲକ୍ଷ ୧୦ ହଜାର ୭୫୨ ଜଣ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ପାଇଁ ପଞ୍ଜିକରଣ କରିଛନ୍ତି।

- Advertisement -

ମହାରାଷ୍ଟ୍ରରେ ସର୍ବାଧିକ ୧ କୋଟି ୩୮ ହଜାର ୪୨୧ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ, ରାଜସ୍ଥାନରେ ୯୬ ଲକ୍ଷ ୫୪ ହଜାର ୭୮୮, ଗୁଜରାଟରେ ୯୧ ଲକ୍ଷ ୪୦ ହଜାର ୮୫୪, ଉତ୍ତର ପ୍ରଦେଶରେ ୮୬ ଲକ୍ଷ ୪୨ ହଜାର ୯୬୨, ପଶ୍ଚିମବଙ୍ଗରେ ୭୯ ଲକ୍ଷ ୫୧ ହଜାର ୪୦୫, କର୍ଣ୍ଣାଟକରେ ୬୧ ଲକ୍ଷ ୨୮ ହଜାର ୨୭, ମଧ୍ୟ ପ୍ରଦେଶରେ ୫୫ ଲକ୍ଷ ୬୧ ହଜାର ୬୮୧, କେରଳରେ ୪୭ ଲକ୍ଷ ୯୨ ହଜାର ୮୩୭, ବିହାରରେ ୪୫ ଲକ୍ଷ ୬୭ ହଜାର ୮୮୦, ଛତିଶଗଡ଼ରେ ୪୧ ଲକ୍ଷ ୮୫ ହଜାର ୧୮୪, ଓଡ଼ିଶାରେ ୪୧ ଲକ୍ଷ ୪୮ ହଜାର ୪୪୧, ଆନ୍ଧ୍ର ପ୍ରଦେଶରେ ୩୮ ଲକ୍ଷ ୩୭ ହଜାର ୮୬୫, ତାମିଲନାଡୁରେ ୩୬ ଲକ୍ଷ ୯୧ ହଜାର ୪୮୨, ହରିୟାଣାରେ ୨୩ ଲକ୍ଷ ୨୦ ହଜାର ୨୬୪, ଝାଡ଼ଖଣ୍ଡରେ ୨୨ ଲକ୍ଷ ୮୬ ହଜାର ୮୬୫, ତେଲେଙ୍ଗାନାରେ ୨୧ ଲକ୍ଷ ୧୦ ହଜାର ୧୨୬, ଦିଲ୍ଲୀରେ ୨୧ ଲକ୍ଷ ୦୬ ହଜାର ୩୨୧, ପଂଜାବରେ ୧୮ ଲକ୍ଷ ୧୫ ହଜାର ୬୩, ଆସାମରେ ୧୪ ଲକ୍ଷ ୯୩ ହଜାର ୯୧୩, ଉତ୍ତରାଖଣ୍ଡରେ ୧୩ ଲକ୍ଷ ୩ ହଜାର ୨୬୧, ଜାମ୍ମୁ କାଶ୍ମୀରରେ ୧୩ ଲକ୍ଷ ୧ ହଜାର ୨୫୮, ହିମାଚଳ ପ୍ରଦେଶରେ ୯ ଲକ୍ଷ ୬୪ ହଜାର ୮୮୪, ତ୍ରିପୁରାରେ ୮ ଲକ୍ଷ ୧୬ ହଜାର ୫୨୬, ଗୋଆରେ ୧ ଲକ୍ଷ ୭୩ ହଜାର ୮୧୯, ମେଘାଳୟରେ ୧ ଲକ୍ଷ ୪୨ ହଜାର ୬୫, ଅରୁଣାଚଳ ପ୍ରଦେଶରେ ୧ ଲକ୍ଷ ୩୨ ହଜାର ୯୮୯, ମଣିପୁରରେ ୧ ଲକ୍ଷ ୩୨ ହଜାର ୯୨୨, ଚଣ୍ଡିଗଡ଼ରେ ୧ ଲକ୍ଷ ୧୬ ହଜାର ୯୬୯, ସିକିମରେ ୧ ଲକ୍ଷ ୧୬ ହଜାର ୬୩୫, ନାଗାଲାଣ୍ଡରେ ୧ ଲକ୍ଷ ୩ ହଜାର ୧୩୮, ପୁଡୁଚେରୀରେ ୧ ଲକ୍ଷ ୨୫୩, ମିଜୋରାମରେ ୯୫ ହଜାର ୮୧୮, ଲଦାଖରେ ୭୨ ହଜାର ୯୫୨, ଆଣ୍ଡାମାନ ନିକୋବରରେ ୩୬ ହଜାର ୩୨୭, ଦାଦ୍ରା ଓ ନଗର ହାବେଳୀରେ ୩୬ ହଜାର ୨୩୬, ଦାମନ ଡ଼ିଉରେ ୩୩ ହଜାର ୨୩୪ ଓ ଲାକ୍ଷାଦ୍ଵୀପରେ ୧୨ ହଜାର ୭୯୩ ଜଣ ଟିକା ନେଇଛନ୍ତି।

ଓଡ଼ିଶାରେ ଏପର୍ଯ୍ୟନ୍ତ ୩୬ ଲକ୍ଷ ୫୮ ହଜାର ୯୯୧ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୪ ଲକ୍ଷ ୮୯ ହଜାର ୪୫୦ ଜଣଙ୍କୁ ଦ୍ଵିତୀୟ ଡୋଜ ଦିଆଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories