www.samajalive.in
Sunday, December 14, 2025
15.1 C
Bhubaneswar

ଜାମ୍ମୁ କାଶ୍ମୀରରେ ୭ ଆତଙ୍କି ନିପାତ: ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥାନ୍ତା ଆକ୍ରମଣ

ଶ୍ରୀନଗର: ଶୁକ୍ରବାର ଦିନ ଜାମ୍ମୁ କାଶ୍ୱୀରର ଶୋପିଆନ ଏବଂ ତ୍ରାଲ ଅଞ୍ଚଳରେ ପୃଥକ ପୃଥକ ଘଟଣାରେ ୭ଜଣ ଆତଙ୍କବାଦୀଙ୍କର ପ୍ରାଣହାନି ଘଟିଛି। ସେମାନଙ୍କ ମଧ୍ୟରେ ଅଲ୍‍ କାଏଦା ପ୍ରୋତ୍ସାହିତ ଆତଙ୍କିଗୋଷ୍ଠୀ ଅନସର ଘଜୱତ-ଉଲ-ହିନ୍ଦର ମୁଖ୍ୟ ଇମତିୟାଜ ଶାହ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ କରିବା ଦାୟିତ୍ୱ ଇମତିୟାଜଙ୍କୁ ଦିଆଯାଇଥିଲା। ସୂଚାନଯୋଗ୍ୟ ଯେ କୋଭିଡ-୧୯ ସଂକ୍ରମଣ କାରଣରୁ ଗତବର୍ଷ ଅମରନାଥ ଯାତ୍ରା ବନ୍ଦ ରଖାଯାଇଥିବାବେଳେ ଚଳିତ ବର୍ଷ ତାହା ଆରମ୍ଭ ହେବା ଯୋଜନା ରହିଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ପୋଲିସ ଓ ସେନା ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଅରକ୍ଷିତ ବର୍ଗଙ୍କୁ ନିଜର ଲକ୍ଷ୍ୟ ବନାଇବା ପ୍ରଥା ସଂପ୍ରତି ଆରମ୍ଭ ହୋଇଛି। ତେବେ ଚଳିତ ବର୍ଷ ଅମରନାଥ ଯାତ୍ରା ଯେଭଳି ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ହେବ ତାହା ନିଶ୍ଚିତ କରିବାକୁ ପଦକ୍ଷେପ ନିଆଯିବ।
କାଶ୍ମୀର ଡିଭିଜନ ପୋଲିସ ଆଇଜି ବିଜୟ କୁମାର କହିଛନ୍ତି, ଜାନୁଆରୀଠାରୁ ଆତଙ୍କିମାନେ ଅରକ୍ଷିତ ବର୍ଗ ଓ ସ୍ଥଳଗୁଡିକୁ ସେମାନଙ୍କର ଲକ୍ଷ୍ୟ ବନାଇ ଆସୁଛନ୍ତି। ଶ୍ରୀନଗରରେ ସାଧାରଣ ଲୋକମାନଙ୍କୁ ଟାର୍ଗେଟ କରାଯାଉଛି। ଅମରନାଥ ଯାତ୍ରା ମଧ୍ୟ ସେମାନଙ୍କ ପାଇଁ ଏକ ଅରକ୍ଷିତ ଟାର୍ଗେଟ ହୋଇଛି, କିନ୍ତୁ ସେଥିପାଇଁ ସୁରକ୍ଷା ବାହିନୀ ପ୍ରସ୍ତୁତ ଅଛନ୍ତି। ସେଥିପାଇଁ ପୂର୍ଣ୍ଣ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବ। ସୁରକ୍ଷାବାହିନୀ ଆତଙ୍କିଙ୍କ ଲୁକ୍କାୟିତ ଆଡ୍ଡାରେ ଚଢଉ କରି ସେମାନଙ୍କୁ ନିପାତ କରିଦେବେ।
ଭାରତୀୟ ସେନାର ୧୫ କର୍ପସର ଜେନେରାଲ ଅଫିସର କମାଣ୍ଡିଂ ଲେଫଟନାଣ୍ଟ ଜେନେରାଲ ଡି ପି ପାଣ୍ଡେ ଏବଂ ଭିକ୍ଟର ଫୋର୍ସର ଜିଓସି ମେଜର ଜେନେରାଲ ରାଶିମ ବାଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଲେଫଟନାଣ୍ଟ ଜେନେରାଲ ପାଣ୍ଡେ କହିଥିଲେ, ଅମରନାଥ ଯାତ୍ରାକୁ ଆତଙ୍କିମାନେ ଟାର୍ଗେଟ କରିବା ଏହା ପ୍ରଥମ ଘଟଣା ନୁହେଁ। ସେମାନେ ସବୁ ସମୟରେ ଅରକ୍ଷିତ ବର୍ଗଙ୍କୁ ନିଜର ଟାର୍ଗେଟ ବନାଇ ଆସୁଛନ୍ତି।
ପୋଲିସ ଆଇଜି ଶ୍ରୀ କୁମାର କହିଥିଲେ ଯେ ଶୋପିଆନରେ ୫ଜଣ ଏବଂ ତ୍ରାଲ ଅଂଚଳରେ ୨ଜଣ, ଏହିଭଳି ମୋଟ ସାତଜଣ ଆତଙ୍କି ପ୍ରାଣ ହରାଇଛନ୍ତି। ସେମାନେ ସମସ୍ତେ ଏଚିଏଚର ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ହିଜବୁଲ ମୁଜାହିଦ୍ଦିନରୁ ଏବଂ ଜଣେ ଲସ୍କର-ଇ-ତଇବାରୁ ଆସି ଏଚିଏଚରେ ଯୋଗଦେଇଥିଲେ। ଶୋପିଆନରେ ଆତଙ୍କିମାନେ ସ୍ଥାନୀୟ ଏକ ମସଜିଦରେ ଲୁଚି ରହିଥିଲେ। ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ବହୁବାର ମନାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ତାହା ଶୁଣିନଥିଲେ। ଶେଷରେ ସୁରକ୍ଷାବାହିନୀ ଗୁଳିଚାଳନା କରିବା ସହିତ ଗ୍ରେନେଡ ବ୍ୟବହାର କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories