www.samajalive.in
Tuesday, December 9, 2025
17.1 C
Bhubaneswar

ଖାଦ୍ୟପଦାର୍ଥକୁ ଘୋଡ଼ାଇ ରଖିବା ଉଚିତ ; ନଚେତ ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ

ପୌରାଣିକ ମାନ୍ୟତା ଅନୁଯାୟୀ, ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ବର୍ତ୍ତମାନ ସମୟରେ ମଧ୍ୟ ଲୋକେ ପାଳନ କରିଥାଆନ୍ତି। ସନ୍ଧ୍ୟା ପରେ କରୁଥିବା ଏହି ବର୍ଜନୀୟ କାର୍ୟ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ। ଏହାସହ ସେହି ସମସ୍ତ ବର୍ଜନୀୟ କାର୍ୟ୍ୟ ନକରିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ ……..
ରାତିରେ ଖିର ହେଉ ଅଥବା ଅନ୍ୟ ଖାଦ୍ୟପଦାର୍ଥ ଏହାକୁ ଘୋଡ଼ାଇ ରଖିବା ଉଚିତ। ଏହାକୁ ଫ୍ରିଜରେ ରଖିଲେ ମଧ୍ୟ ଘୋଡ଼ାଇ ରଖିବା ଉଚିତ। ଖାଦ୍ୟ ଖୋଲା ରହିଲେ ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ମାନ୍ୟତା ରହିଛି। ବୈଜ୍ଞାନିକ କାରଣ ଅନୁଯାୟୀ, ଖାଦ୍ୟ ଖୋଲା ରହିବା ଦ୍ୱାରା ଏଥିରେ ଧୂଳି ଓ ଅନ୍ୟାନ୍ୟ କ୍ଷୁଦ୍ର ଜୀବାଣୁ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ରୋଗ ମଧ୍ୟ ହୋଇଥାଏ।
ମାନ୍ୟତା ଅନୁଯାୟୀ, ସୂର୍ୟ୍ୟାସ୍ତ ପରେ ସ୍ନାନ କରିବା ପରେ ମଥାରେ ତିଳକ ଲଗାଇବା ଉଚିତ ନୁହେଁ। ଏହାସହ ଏହାର ବୈଜ୍ଞାନିକ କାରଣ ହେଉଛି ରାତିରେ ଶୋଇବା ସମୟରେ ଏହି ତିଳକ ଅଜାଣତରେ ଆଖି ପଡ଼ିଲେ ଚକ୍ଷୁ ପାଇଁ ଏହା କ୍ଷତିକାରକ ହୋଇଥାଏ।
ରାତିରେ କ୍ଷୀର ପିଇବା ସମୟରେ ଏଥିରେ ସାମାନ୍ୟ କେସର କିମ୍ବା ହଳଦୀ ମିଶାଇ ପିଅନ୍ତୁ। ଖାଲି କ୍ଷୀର ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସହ କାଶ ମଧ୍ୟ ହୋଇଥାଏ। ବାରମ୍ବାର ଦେହ ଖରାପ ହୋଇ ଶୋଇ ରହିଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।
ଏହାସହ ସୂର୍ୟ୍ୟାସ୍ତ ପରେ ଭୁଲରେ ମଧ୍ୟ ମହିଳା ହୁଅନ୍ତୁ ଅଥବା ପୁରୁଷ କେଶ କାଟିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ।
ରାତିରେ ଲୁଗା ସଫା କରିବା ଉଚିତ ନୁହେଁ –
ମାନ୍ୟତା ଅନୁଯାୟୀ, ରାତିରେ ଲୁଗା ସଫା କରିବା ଉଚିତ ନୁହେଁ। ରାତିରେ ଲୁଗା ଧୋଇ ବାହାରେ ଶୁଖାଇବା ଦ୍ୱାରା ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ବ୍ୟକ୍ତିଙ୍କ ଉପରେ କୁପ୍ରଭାବ ପଡ଼ିଥାଏ। ଏହାସହ ସକାଳ ସମୟରେ ସୂର୍ୟ୍ୟଙ୍କ କିରଣରେ ଲୁଗା ଶୁଖିବା ଦ୍ୱାରା ଏଥିରେ ଥିବା ଜୀବାଣୁ ମଧ୍ୟ ନଷ୍ଟ ହୋଇଥାଆନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories