www.samajalive.in
Friday, December 5, 2025
20.1 C
Bhubaneswar

ମୁକୁଳିଲେ ଅପହୃତ ଯବାନ ରାକେଶ୍ବର ସିଂହ ମାନ୍‌ହାସ

ନୂଆଦିଲ୍ଲୀ: ଆଜି ଅପରାହ୍ଣରେ ଅପହୃତ ଯବାନ ରାକେଶ୍ବର ସିଂହ ମାନ୍‌ହାସଙ୍କୁ ମାଓବାଦୀମାନେ ଛାଡ଼ି ଦେଇଛନ୍ତି। ଅପହରଣର ୬ଦିନ ପରେ ରାକେଶ୍ବରଙ୍କୁ ମାଓବାଦୀମାନେ ଛାଡ଼ିଛନ୍ତି। ରାକେଶ୍ବରଙ୍କୁ ମୁକ୍ତି ନେଇ ବିଜାପୁର ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ ରାକେଶ୍ବର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ମାଓବାଦୀମାନେ ଛାଡ଼ି ଦେଇଛନ୍ତି। ଗତ ୩ରେ ରାକେଶ୍ବରରଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ବିଜାପୁର ଏନ୍‌କାଉଣ୍ଟରବେଳେ ଅପହୃତ ରାକେଶ୍ବର ହୋଇଥିଲେ।

- Advertisement -

ମାଓବାଦୀଙ୍କ ସହ ଲଢ଼େଇ କରିବା ବେଳେ ଅପହଣର ଶିକାର ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସ ମୁକୁଳିଛନ୍ତି। ଶନିବାର ଏନକାଉଣ୍ଟର ଦିନଠାରୁ ରାକେଶ୍ୱରଙ୍କୁ ମାଓବାଦୀମାନେ ଅପହରଣ କରି ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ। ତେବେ ଆଜି ଅପରାହ୍ଣରେ ମାଓବାଦୀମାନେ ତାଙ୍କୁ ଛାଡ଼ି ଦେଇଛନ୍ତି। ପୁଲିସ୍‌ ସୁତ୍ରରୁ ଜାତୀୟ ନ୍ୟୁଜ ଏଜେନ୍ସି ଏଭଳି ଖବର ପ୍ରକାଶ କରିଛି। ତେବେ ମାଓବାଦୀଙ୍କଠାରୁ ମୁକୁଳିଥିବା ଖବର ପାଇ ରାକେଶ୍ବରଙ୍କ ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ସୁରକ୍ଷିତ ଭାବେ ମାଓବାଦୀମାନେ ଛାଡ଼ି ଦେଓଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ବିଜାପୁରରେ ଏପ୍ରିଲ ୩ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ୱରଙ୍କ ପତ୍ତା ମିଳି ନଥିଲା। ଘଟଣାର ୩ ଦିନ ପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ପଣବନ୍ଦୀ କରି ରଖିଥିବା ପ୍ରେସ ରିଲିଜ ଜରିଆରେ କହିଥିଲେ। ତାଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥି ନିଯୁକ୍ତ କରିବାକୁ ସରକାରଙ୍କ ଆଗରେ ସର୍ତ୍ତ ରଖିଥିଲେ। ସରକାର ଦୁଇ ଦିନ କାଳ ମଧ୍ୟସ୍ଥି ଖୋଜିବାରେ ଲାଗିଥିବା ବେଳେ ମାଓବାଦୀମାନେ ରାକେଶ୍ୱରଙ୍କୁ ଛାଡ଼ି ଦେଇଛନ୍ତି। ପ୍ରେସ ରିଲିଜ୍‌ର ଗୋଟିଏ ଦିନ ପରେ ରାକେଶ୍ୱରଙ୍କ ଫଟୋ ମଧ୍ୟ ମାଓବାଦୀମାନେ ସାର୍ବଜନୀନ କରିଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories