ବରଫ ଅତଡା ଧସିବା ଆଶଙ୍କା: ଏନଡିଏମଏର ସତର୍କ ସୂଚନା

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବରଫ ଅତଡା ଧସିବା ନେଇ ଆଶଙ୍କା ଦେଖାଯାଇଛି। ଏହି ଆଶଙ୍କାକୁ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମ୍‌ଏ) ସତର୍କ ସୂଚନା ଜାରି କରିଛି।

ଏହି ସତର୍କ ସୂଚନା ମଙ୍ଗଳବାର ଠାରୁ ୨୪ଘଣ୍ଟା ପାଇଁ ଜାରି କରାଯାଇଛି। ସର୍ବାଧିକ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ କାଶ୍ମୀର ଡିଭିଜନର ବାରମୂଲା, ବାନ୍ଦିପୋରା ଓ କୁପୱାଡାକୁ ଚିହ୍ନଟ କରାଯାଇଛି।

ସେହିପରି ଲଦାଖ ଡିଭିଜନର କାର୍ଗିଲ, ହିମାଚଳ ପ୍ରଦେଶର ଚମ୍ବା, ଲାହୁଲ-ସ୍ପିଟି, କୁଲୁ ଏବଂ ଉତ୍ତରାଖଣ୍ଡର ଉତ୍ତରକାଶୀ ଓ ଚାମୋଲି ଅଧିକ ବିପଦ ସଙ୍କୁଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳରେ ରହୁଥିବା ଲୋକମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply