www.samajalive.in
Tuesday, December 9, 2025
19.1 C
Bhubaneswar

ଅପହୃତ ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ

ବିଜାପୁର: ଛତିଶଗଡ଼ର ବିଜାପୁରରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ନିଖୋଜ ଥିବା ଯବାନ ରାକେଶ୍ଵର ମାନହାସଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଏବେ ସ୍ପଷ୍ଟ ହୋଇଛି। ମାଓବାଦୀମାନେ ରାକେଶ୍ଵରଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଛନ୍ତି। ତାଙ୍କୁ ତାଳପତ୍ର ଦ୍ବାରା ଘୋଡ଼ାଯାଇଥିବା ଏକ କୁଡ଼ିଆରେ ରଖାଯାଇଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ରାକେଶ୍ଵରଙ୍କୁ ଫେରାଇ ଆଣିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସିଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଫଟୋ ଜାରି ହେବା ପୂର୍ବରୁ ବିଜାପୁରର ଜଣେ ସମ୍ବାଦିକ ଦାବି କରିଥିଲେ ଯେ, ତାଙ୍କ ନିକଟକୁ ମାଓବାଦୀଙ୍କ ପାଖରୁ ଦୁଇ ଥର ଫୋନ୍‌ କଲ୍‌ ଆସିଥିଲା। ମାଓବାଦୀମାନେ କହିଥିଲେ ଯେ, ଯବାନ ଜଣକ ଆହତ ହୋଇଛନ୍ତି। ତାଙ୍କ ଶରୀରରେ ଗୁଳି ବାଜିଛି। ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କୁ ଦୁଇଦିନ ମଧ୍ୟରେ ମୁକ୍ତ କରିଦିଆଯିବ ବୋଲି ମାଓବାଦୀମାନେ କହିଥିବା ସାମ୍ବାଦିକ ଜଣକ କହିଛନ୍ତି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories