www.samajalive.in
Friday, December 12, 2025
15.1 C
Bhubaneswar

ରେପୋରେଟ୍‌ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକରେ ରେପୋରେଟ୍‌ ୪%ରେ ଅପରିବର୍ତ୍ତିତ ରହିଛି। ଫଳରେ ବିଭିନ୍ନ ଋଣ ଉପରେ ସୁଧ ହାର ହ୍ରାସ ପାଇବ ନାହିଁ ଏବଂ ଗ୍ରାହକଙ୍କୁ କୌଣସି ଅଶ୍ଵସ୍ତି ମିଳିବ ନାହିଁ। ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବୈଠକ ଶେଷ ହେବା ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କମିଟି ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (ଏମଏସଏଫ) ରେଟ୍‌ ପୂର୍ବପରି ୪.୨୫% ରହିଛି। ରିଭର୍ସ ରେପୋରେଟ୍‌ ୩.୩୫%ରେ ସ୍ଥିର ଅଛି। ଏହାସହିତ ବ୍ୟାଙ୍କ ରେଟ୍‌ରେ ବି କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ୪.୨୫% ରହିଛି।

- Advertisement -

ଆରବିଆଇ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ଜିଡିପିରେ ୧୦.୫%କୁ ବୃଦ୍ଧି ପାଇବା ଅନୁମାନ ଲଗାଇଛି। ଗତ ବୈଠକରେ ମଧ୍ୟ ଜିଡିପିରେ ୧୦.୫% ବୃଦ୍ଧି ଆକଳନ କରାଯାଇଥିଲା। ଦାସ କହିଛନ୍ତି, କରୋନା ମହାମାରୀ ସତ୍ବେ ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି। କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏଥିରେ ସାମାନ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି। ମାତ୍ର ଦେଶ​‌ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ମା କରିବାକୁ ପ୍ରସ୍ତୁତ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories