www.samajalive.in
Friday, December 12, 2025
16.1 C
Bhubaneswar

ପାରାଶୁଟ୍ ହେଲା ବିବାହ ଗାଉନ୍‌

୧୯୪୫ ସମୟର ଏହି ଘଟଣାଟି, ଆମେରିକା ସୈନ୍ୟ ବାହିନୀରେ ଜର୍ଜ ନାମରେ ଜଣେ ପାଇଲଟ୍ ଯୋଗଦେଇଥାନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧରେ ସେ ଜଣେ ଧୂରୀଣ ପାଇଲଟ୍‌ ଭାବେ ଜଣାଯାଉଥିଲେ, ଯୁଦ୍ଧ ଆରମ୍ଭ ପୂର୍ବରୁ ତାଙ୍କ ପଡ଼ିଶା ଘରର ଝିଅ ଇଭଲିନ୍‌ଙ୍କ ସହ ଜର୍ଜଙ୍କର ନିର୍ବନ୍ଧ ହୋଇଥିଲା। ବିବାହ ତାରିଖ ସ୍ଥିର ହୋଇଥିଲା, କିନ୍ତୁ ଦ୍ବିତୀୟ ବିଶ୍ବଯୁଦ୍ଧ କାରଣରୁ ସେମାନଙ୍କ ବିବାହ ସ୍ଥଗିତ ହେଲା। ଇଭଲିନ୍‌ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅଡ଼ିବସିଲେ, ଘରଲୋକ ମଧ୍ୟ ଝିଅର ଜିଦ୍‌ ଆଗରେ ନିରବ ରହିଲେ।

 

- Advertisement -

୧୯୪୫ ଅଗଷ୍ଟ ୧୪ବେଳକୁ ଜର୍ଜଙ୍କ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା, ବିମାନରେ ନିଆଁ ଲାଗିଯିବାରୁ ଜର୍ଜ ସେଥିରୁ ଯଥା ଶୀଘ୍ର ମୁକୁଳିବାକୁ ଚେଷ୍ଟା କଲେ। ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବିମାନରେ ଥିବା ପାରାଶୁଟ୍ ତୁରନ୍ତ ପିନ୍ଧି ବିମାନରୁ ବହାରି ଆସିଲେ। ସୁରକ୍ଷିତ ଭାବେ ଜର୍ଜ ସ୍ଥଳଭାଗରେ ପହଞ୍ଚିଲେ, ସୈନ୍ୟବାହିନୀ ଓ ଘରଲୋକଙ୍କ ପାଖେ ଯଥା ଶୀଘ୍ର ତାଙ୍କ ଜୀବିତ ଥିବାର ଖବର ପହଞ୍ଚିଗଲା। ଯୁଦ୍ଧ ଶେଷ ପରେ ଜର୍ଜ ଘରେ ପହଞ୍ଚିଲେ, ସାଥିରେ ସେ ପିନ୍ଧିଥିବା ପାରାଶୁଟ୍‌ଟି ମଧ୍ୟ ନେଇଆସିଥିଲେ। ଭାବୀ ପତ୍ନୀ ଇଭଲିନ୍‌‌ଙ୍କୁ ଏହି ପାରାଶୁଟ୍ ଦେଖାଇବା ସହ ଯୁଦ୍ଧ ସମୟର ଅଙ୍ଗେନିଭା ଘଟଣାକୁ ମଧ୍ୟ ସେ ବଖାଣିଲେ। ପତ୍ନୀ ଇଭଲିନ୍ ପାରାଶୁଟ୍‌କୁ ଦେଖି ସାଥିରେ ନେଇଗଲେ। ୨ସପ୍ତାହ ପରେ ସେମାନଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା, ଯଥା ସମୟରେ ସମସ୍ତେ ଗୀର୍ଜାରେ ଉପସ୍ଥିତ ହେଲେ। ଇଭଲିନ୍‌ଙ୍କ ବିବାହ ଗାଉନ୍‌ ଦେଖି ସମସ୍ତେ ବେଶ୍ ପ୍ରଶଂସା କଲେ, ଜର୍ଜ ଗାଉନ୍‌କୁ ଦେଖି କିଛି ଠଉରାଇଲେ। ବିବାହ ସମ୍ପନ୍ନ ପରେ ସେ ଇଭଲିନ୍‌ଙ୍କୁ ପଚାରିଲେ, ଏହି ବିବାହ ଗାଉନ୍ ପଛର ରହସ୍ୟ? ହସିହସି ଇଭଲିନ୍ କହିଥିଲେ, ଏହା ଜର୍ଜଙ୍କ ପାରାଶୁୁଟ୍‌ରୁ ହିଁ ତିଆରି ହୋଇଛି। ବୁଦ୍ଧି ଖଟାଇ ସେ ଏହି ଗାଉନ୍ ଡିଜାଇନ୍ କରିଥିବାର କହିଥିଲେ। ଉପସ୍ଥିତ ଅତିଥିମାନେ ମଧ୍ୟ ଏହି କଥା ଜାଣି ଇଭଲିନ୍‌‌ଙ୍କ ବୁଦ୍ଧିର ପ୍ରଶଂସା କଲେ। ବର୍ଷ ପରେ ବର୍ଷ ଅତିବାହିତ ହେଲା, କିନ୍ତୁ ଇଭଲିନ୍‌ଙ୍କ ଲୁଗା ଆଲମାରିରେ ସୁରକ୍ଷିତ ଭାବେ ଏହି ପାରାଶୁଟ୍ ଗାଉନ୍‌ଟି ରହିଥିଲା। ଇଭଲିନ୍‌ଙ୍କ ପିଲା ବଡ଼ ହେବା ପରେ ସେମାନେ ମଧ୍ୟ ଏଇ ଗାଉନ୍ ପଛର କାହାଣୀ ଜାଣିଥିଲେ। ଜର୍ଜ-ଇଭଲିନ୍‌‌ଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ଝିଅ କେଟ୍ ମା’ଙ୍କର ଏହି ଗାଉନ୍‌କୁ ଆମେରିକାର ‘କ୍ରାଡେଲ୍ ଅଫ୍ ଆଭିଏସନ୍ ମ୍ୟୁଜିୟମ୍’କୁ ଦାନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories