www.samajalive.in
Saturday, December 6, 2025
15.1 C
Bhubaneswar

କରୋନା କଟକଣା କଡାକଡି ; ଅମାନିଆଙ୍କଠାରୁ ଜୋରିମାନା ଆଦାୟ

ଗୁଡଭେଲା : ଗୁଡଭେଲା ତୁଷୁରା ଅଞ୍ଚଳରେ କରୋନା କଟକଣା ପାଳନକୁ ନେଇ ତୁଷୁରା ପୁଲିସ ପକ୍ଷରୁ ବିଭିନ୍ନ ଦୋକାନ ବଜାର  ଭଲି ଅନେକ ସ୍ଥାନରେ ଚଢଉ କରାଯାଇ କରୋନା କଟକଣା ପାଳନ ପାଇଁ ପରାମର୍ଶ ଦେଇଛନ୍ତି । ତୁଷୁରା ସହରଟି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଏମ ରାମପୁର, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ ସହ ତୁଷୁରା ଅଞ୍ଚଳର ଲୋକଙ୍କ ପାଇଁ ବାଣିଜ୍ୟ କେନ୍ଦ୍ର ପାଳଟିଥିବାରୁ ହଜାର ହଜାର ଲୋକର ନିତିଦିନ ସମାଗମ ହେଉଛନ୍ତି । ବର୍ତ୍ତମାନ କରୋନା ଦ୍ବିତୀୟ ପାଳିର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ସରକାର ନାଇଟ କର୍ଫ୍ୟ ସହ କଟକଣାରେ ଜାରି କରିଛନ୍ତି । ଏହି କଟକଣାକୁ ପାଳନ କରିବା ପାଇଁ ପରାମର୍ଶ ଦେବା ସହ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି। ଦୁଇଟି ଦୋକାନର କର୍ମଚାରୀମାନେ ମୁହଁରେ ମାକ୍ସ ପିନ୍ଧି ନ ଥିବାରୁ ତିନି ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହା ସହ ବାହାର ମାସ୍କ ନ ପିନ୍ଧି ବୁଲୁଥିବା ଅମାନିଆଙ୍କ ଠାରୁ ୧୬୦୦ ଟଙ୍କା ଲେଖାଏଁ ମୋଟ ୪୮୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସହ ସେମାନଙ୍କୁ ଚେତାବନୀ ଦିଆଯାଇଛି । ସମସ୍ତ ଦୋକାନୀ ମାଲିକ ସହ କର୍ମଚାରୀ କିପରି ବାଧ୍ୟତାମୂଳକ ମାକ୍ସ ପରିଧାନ କରି ସମାଜିକ ଦୂରତା ବଜାୟ ରଖିବେ ଉପରେ ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ଏବଂ ତୁଷୁରା ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ପରାମର୍ଶ ଦେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories