www.samajalive.in
Sunday, December 7, 2025
23.1 C
Bhubaneswar

ଗ୍ରୀନ ଟ୍ରି ପାଇଥନ ; ଜାଣନ୍ତୁ ଏହାର ବିଶେଷତ୍ୱ

ସାପକୁ ଦେଖିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା। ବିଷଧର ସାପ ସହ ଜଡ଼ିତ ବହୁ କାହାଣୀ ମଧ୍ୟ ଶୁଣିବାକୁ ମିଳିଥାଏ। ମାତ୍ର ଆପଣ ଜାଣିଛନ୍ତି କି ଦୁନିଆରେ କିଛି ଏଭଳି ସାପ ମଧ୍ୟ ରହିଛନ୍ତି ଯାହାର ମୂଲ୍ୟ ହଜାର, ଲକ୍ଷ ନୁହେଁ ବରଂ କୋଟିଏ ଟଙ୍କା। ଏଭଳି ହିଁ ଗୋଟିଏ ସାପର ମୂଲ୍ୟରେ ଆପଣ ଦେଶର ଅନେକ ସ୍ଥାନରେ ଘର , ମହଙ୍ଗା ଗାଡ଼ି ମଧ୍ୟ କିଣିପାରିବେ। ଆଜ୍ଞା ହଁ ସାପଟିର ନାମ ହେଉଛି ଗ୍ରୀନ ଟ୍ରି ପାଇଥନ।
ଏହି ସାପ ଦୁନିଆର ସବୁଠାରୁ ମହଙ୍ଗା ସାପ ବୋଲି କୁହାଯାଏ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ସାପଟିର ରଙ୍ଗ ସମ୍ପୂର୍ଣ୍ଣ ସବୁଜ ରଙ୍ଗ।
ଦୁନିଆର ସବୁଠାରୁ ମହଙ୍ଗା ଜିନିଷ ଉପରେ ରିପୋର୍ଟ ଦେଉଥିବା ଏକ ନିଦ୍ଦିଷ୍ଟ ୱେବସାଇଟର ମତାନୁଯାୟୀ, ନୀଳ ରଙ୍ଗର ମଧ୍ୟ ଅଜଗର ସାପ ଅଛି। ଯାହା ଖୁବ ବିରଳ। ସାଧାରଣ ଭାବେ ଏହା ଖୁବ କମ ମଧ୍ୟ ଦେଖାଯାଆନ୍ତି। ଏହାସହ ଏହି ପ୍ରକାରର ସାପଙ୍କ ମୂଲ୍ୟ କୋଟିଏ ଟଙ୍କା କିମ୍ବା ଅଧିକ ମଧ୍ୟ ହୋଇଥାଏ।
ଅଜଗର ସାପଙ୍କର ଏହି ପ୍ରଜାତି ସବୁଠାରୁ ମହଙ୍ଗା। ଏହା ବିଶେଷ ଭାବେ ଇଣ୍ଡୋନେସିଆ ଦ୍ୱୀପ, ନ୍ୟୁ ଗିନି , ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି। କିଛି ସାପ ପ୍ରେମୀ ଏହି ସାପ ଉପରେ ଗବେଷଣା ମଧ୍ୟ କରିଥାଆନ୍ତି। ସେମାନେ ଏହି ସାପ ବିଷୟରେ ଅଧିକ ତଥ୍ୟ ମଧ୍ୟ ଜାଣିଥାଆନ୍ତି।
ଗ୍ରୀନ ଟ୍ରି ପାଇଥନ ସାପଙ୍କ ଲମ୍ବ ପ୍ରାୟ ୨ମିଟର ହୋଇଥାଏ। ଏମାନଙ୍କ ଓଜନ ୧ କିଲୋ ୫୦୦ ଗ୍ରାମ ହୋଇଥାଏ। ଏହାସହ ମାଆ ଗ୍ରୀନ ଟ୍ରି ପାଇଥନଙ୍କ ଲମ୍ବ ଓ ଓଜନ ଅଧିକ ଥାଏ। ଏହି ବିଶେଷ ସାପର ପ୍ରଜାତି କିଛି ଦେଶର ଗଛରେ ମଧ୍ୟ ଦେଖାଯାଆନ୍ତି। ଏହି ସାପମାନେ ବିଭିନ୍ନ କୀଟଙ୍କୁ ଭୋଜନ କରିଥାଆନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories