www.samajalive.in
Wednesday, December 10, 2025
14.1 C
Bhubaneswar

ଅଗରବତୀ ତିଆରି ତାଲିମ ଶିବିର

ଚୌଦ୍ୱାର : ଇମ୍ଫା ଶିଳ୍ପ ଗୋଷ୍ଠିର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ପ୍ରୋଜେକ୍ଟ ‘ଉନ୍ନତି’ ମାଧ୍ୟମରେ ଏକ ଧୁପକାଠି ପ୍ରସ୍ତୁତି ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ମଙ୍ଗରାଜପୁର ଦାସ ସାହି ସ୍ଥିତ ଅଙ୍ଗନୱାଡି କେନ୍ଦ୍ରରେ ଅନୁଷ୍ଠିତ ଏହି ତାଲିମ ଶିବିରକୁ ସ୍ଥାନୀୟ ସରପଞ୍ଚ ସସ୍ମିତା ପରିଡା ଉଦ୍‍ଘାଟନ କରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆତ୍ମ ନିର୍ଭରଶୀଳ ହେବା ସହ ନିଜର ଆୟ ବଢାଇ ବ୍ୟକ୍ତିଗତ ଓ ସାମୁହିକ ସ୍ତରରେ ଆର୍ଥିକ ସ୍ଥିତ ବଢାଇବା ପାଇଁ ଉପସ୍ଥିତ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ। ଇମ୍ଫାର ଲୋକସଂପର୍କ ଅଧିକାରୀ ଧୃବଚରଣ ରାଉତ, ରବୀନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହିଳା ମାନଙ୍କୁ ତାଲିମ ପ୍ରଦାନ କରି ଆର୍ଥିିକ ସ୍ୱାବଲମ୍ବୀ ହେବାର ମାର୍ଗ ଦର୍ଶନ ଦେଇଥିଲେ। ଏହି ଶିବିରରେ ପଞ୍ଚାୟତରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକରୁ ୨୦ରୁ ଅଧିକ ମହିଳା ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଅଙ୍ଗନବାଡି କର୍ମୀ ଚାନ୍ଦିନୀ ହେମ୍ବ୍ରମ, ଆସୀସ ଦାସ, ଜ୍ଞାନ ରଞ୍ଜନ ବେହେରା,ଚନ୍ଦ୍ର ଶେଖର ମହାପାତ୍ର, ଅଭିଷେକ ଘୋଷ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories