www.samajalive.in
Saturday, December 13, 2025
17.1 C
Bhubaneswar

ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ୨ ଦୋକାନ ଭସ୍ମିଭୁତ

କଂଟାବାଂଜି: ବୁଧବାର ବିଳମ୍ବିତ ରାତିରେ ମେନ ରୋଡରେ ଥିବା ଡେ- ଲାଇଟ ଟେଲର ଦୋକାନରେ ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ଭସ୍ମିଭୁତ ହୋଇଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଡେଲାଇଟ ଟେଲର ଦୋକାନି ସରୋଜ ମେହେର ଦୋକାନ ବନ୍ଦ କରି ଆସିବା ପରେ ଦୋକାନରେ ନିଆଁ ଲାଗିଯାଇ ଥିଲା। ପଡୋଶୀ ଗିରିଶ ବେହେରାର ରୟାଲ ଫେସନ କପଡା ଦୋକାନକୁ ମଧ୍ୟ ନିଆଁ ବ୍ୟାପି ଯାଇ ଦୁଇ ଦୋକାନ ସଂପୂର୍ଣ୍ଣ ପୋଡି ଭସ୍ମିଭୁତ ହୋଇଯାଇଛି। ରାତିରେ ନିକଟସ୍ଥ ଲୋକେ ନିଆଁ ଲାଗିବାର ଜାଣିବା ପରେ ଲିଭାଇବା ପାଇଁ ଲୋକେ ଦୁଇ ଘଂଟା ଯାଏ ଚେଷ୍ଟା କରିଥିଲେ କିନ୍ତୁ ନିଆଁ ଆୟତ୍ତ ନ ହେବାରୁ ଦୋକାନ ଦୁଇଟି ପୋଡି ଛାରଖାର ହୋଇଯାଇଥିଲା।

ତେବେ ଅଗ୍ନିଶମ ବିଭାଗକୁ ବାରମ୍ବାର ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ କିନ୍ତୁ ସେମାନେ ଫୋନ ଉଠାଇ ନ ଥିଲେ। ପରେ ସ୍ଥାନୀୟ କିଛି ବ୍ୟକ୍ତି ଅଗ୍ନିଶମ ବିଭାଗ ଅଫିସକୁ ଯାଇ ରାତିରେ ଉଠାଇଥିଲେ। ଏହା ପରେ ଅଗ୍ନିଶମ କର୍ମଚାରୀ ଆସିବା ମଧ୍ୟରେ ଦୋକାନ ଦୁଇଟି ଧୁଲିସାତ୍‍ ହୋଇସାରିଥିଲା। ନିଆଁରେ ପୋଡି ଯାଇଥିବା ଗିରିଶ ବେହେରାଙ୍କ ରୟାଲ ଫେସନ କପଡା ଦୋକାନର ପ୍ରାୟ ୫ ଲକ୍ଷ ଟଙ୍କାର କପଡା ପୋଡି ଯାଇଥିବା ବେଳେ ଡେଲାଇଟ ଟେଲରର ୩ଟି ମେସିନ ସହ ଶତାଧିକ ଲୋକଙ୍କ ନୂତନ ସିଲାଇ ଥିବା ପ୍ୟାଣ୍ଟ ସାର୍ଟ ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗ କଂଟାବାଂଜି କାର୍ଯ୍ୟାଳୟର କୌଣସି ସ୍ଥାୟୀ ଫୋନ ନଂବର ନ ଥିବାରୁ ଅଂଚଳର ଜନସାଧାରଣ କୌଣସି ଅଘଟଣ ଖବର ଯଥା ଶିଘ୍ର ଦେଇ ପାରୁ ନ ଥିବାରୁ ସ୍ଥାୟୀ ଫୋନ ନଂବର ପାଇଁ ଦାବୀ କରୁଛନ୍ତି। ଏହି ଘଟଣାର ଅନୁସଂଧାନ ପାଇଁ ଗୁରୁବାର ସକାଳୁ ସ୍ଥାନୀୟ ଥାନା ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳକୁ ଆସି ଅଧିକ ତଦନ୍ତ କରୁଥିବା ଜଣାପଡିଛି। ନିଆଁରେ ପୋଡିଥିବା ଦୁଇ ଦୋକାନିଙ୍କୁ ସରକାରୀ ସାହାଯ୍ୟ ପାଇଁ ବୁଦ୍ଧିଜୀବି ମହଲରୁ ଦାବୀ କରାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories