www.samajalive.in
Saturday, December 13, 2025
17.1 C
Bhubaneswar

୩୬ତମ ପ୍ରତିଷ୍ଠା ଦିବସ ପାଳନ କଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ ….

ରେଙ୍ଗାଲି କ୍ୟାମ୍ପ : ଆଜି ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ୩୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ସଂଗଠନର ସଭାପତି ଶ୍ରୀ ହାରାଧନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସରେ କୃଷକ ସଂଗଠନର ପୃଷ୍ଠପୋଷକ ଶ୍ରୀ ଅମୂଲ୍ୟ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଧାକାନ୍ତ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଓ କଳାହାଣ୍ଡିର ବୁଲୁ ବାବୁ, ଗୋଡ଼ଭଗା ପ୍ରଭୁଭକ୍ତି ଆଶ୍ରମର ପ୍ରସନ୍ନ ସାହୁ, ସଂଗଠନ ର ସକ୍ରିୟ ସଭ୍ୟ ଲକ୍ଷ୍ମଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଂଗଠନର ସମ୍ପାଦକ ଲକେଶ୍ୱର୍ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚାସୀନ ଅତିଥି ମାନେ ପ୍ରଥମେ ଉତ୍କଳୀୟ ବରପୁତ୍ର ତଥା ସଂଗ୍ରାମୀ ବୀର ମାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ଯଶଗାନ କରିଥିଲେ। ଏହାପରେ ନିଜର ହକ ପାଇଁ ଲଢେଇ କରି ଜୀବନକୁ ଚାଷୀ ମାନଙ୍କ ସମୂହ ସ୍ବାର୍ଥ ପାଇଁ ବଳିଦାନ ଦେଇଥିବା କୃଷକ ଭାଇ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। ଚାଷୀଙ୍କ ବହୁବିଧ ସମସ୍ୟା ଓ ତାର ସମାଧାନ ଦିଗରେ ଏଇ ସଂଗଠନ ଅନେକ ଗୁଡ଼ିଏ କାମ କରିଆସୁଛି। ଚକବନ୍ଦୀ ସେଟେଲମେଣ୍ଟ, ମଲଗୁଜାରି ଆଦାୟରେ ଲୋକଙ୍କ ଘର ଜପ୍ତି କରିବା ପରି ସରକାରଙ୍କ ଅମାନବିକତା ପୂର୍ଣ୍ଣ ପଦକ୍ଷେପକୁ ବନ୍ଦ କରିବା, ଟ୍ରାକ୍ଟର ଉପରେ ଲଗାଯାଇଥିବା ଅଧିକ ଟ୍ୟାକ୍ସକୁ ବନ୍ଦ କରିବା, ୩୦୦ରୁ ୫୦୦ ଟଙ୍କାକୁ ଜଳକର ବୃଦ୍ଧିକୁ ନେଇ ଯେଉଁ ଚାଷୀ ଅସନ୍ତୋଷ ଥିଲା, ସେଇ ବୃଦ୍ଧି ହାରକୁ କମ କରାଇ ପୁଣି ୩୦୦ଟଙ୍କାରେ ସ୍ଥଗିତ ରଖିବା, ଯେଉଁ ଚାଷୀ ମାନେ ବୀମା ପାଉନଥିଲେ ତାଙ୍କ ପାଇଁ ସରକାରଙ୍କ ସହ ବୁଝାମଣା କରି ବୀମା ପ୍ରଦାନ କରାଇବା ପରି ଆଦି ବହୁବିଧ ସଂଗ୍ରାମରେ ସଫଳତା ଲାଭକରି ଏଇ ସଂଗଠନ ତାର ଅତୀତ ଇତିହାସକୁ ଚାଷୀଙ୍କ ସ୍ୱାର୍ଥରେ  ଉତ୍ସର୍ଗୀକୃତ କରିଆସିଛି। ସଂଗଠନ କୌଣସି ବ୍ୟକ୍ତିଗତ ସ୍ବାର୍ଥ ନ ରଖି ଆଗକୁ ମଧ୍ୟ ଚାଷୀ ଭାଇ ମାନଙ୍କ ସାମୁହିକ ସ୍ବାର୍ଥ ପାଇଁ ଲଢି ଚାଲିଥିବ ବୋଲି ମୁଖ୍ୟ ଅତିଥି କହିଥିଲେ। ଯେଉଁ ସଂଗଠନ ଦିନେ ଛୋଟ ଚାରା ଟି ରୁ ମୁଣ୍ଡ ଟେକି ଉଠିଥିଲା ଆଜି ତାହା ମହାଦୃମରେ ପରିଣତ ହୋଇଛି। ଆଜି ବି ସଂଗଠନ ର ବରିଷ୍ଠ ବ୍ୟକ୍ତିମାନେ ଯେଉଁ ଦୃଢ଼ ମନୋବଳ ନେଇ କାମ କରୁଛନ୍ତି ତାହା ଯୁବପିଢି ମାନଙ୍କ ପାଇଁ ପ୍ରେରଣା ଯୋଗାଇବା ସହ ଆହ୍ବାନ ଜଣାଉଛି କି, ଯୁବକ ମାନେ ଆଗେଇ ଆସି ସଂଗଠନ କୁ ଆହୁରି ମଜବୁତ କରିବେ। ଦୀର୍ଘ ୩୬ବର୍ଷ ଧରି ଏଇ ସଂଗଠନ ଚାଷୀଙ୍କ ପାଇଁ ସଂଘର୍ଷ କରି ଆସୁଛି ଓ ଭବିଷ୍ୟତରେ ବି କରିଚାଲିବ । ଯୁବ ପିଢ଼ି ଏଥିରେ ସାମିଲ ହୋଇ ସଂଗଠନର କାର୍ଯ୍ୟକୁ ଆହୁରି ସଫଳ କରିବା ପାଇଁ ସଭାପତି ଆହ୍ବାନ ଜଣାଇଥିଲେ। ଏହି ଅବସରରେ ବସନ୍ତ ବାରିକ୍,ପ୍ରକାଶ ନାଏକ,ଭିକାରୀ ଚରଣ  ପ୍ରଧାନ,ପଞ୍ଚାନନ ପ୍ରଧାନ,ସ୍ରିମନ୍ତ ବାରିକ୍, ପଲଉ ମାଝୀ , ବୃଷଭାନୁ  ସାହୁ,ଗଣେଶ ମହାକୁର, ପ୍ରମୁଖ ଙ୍କ ସହ ୨୪ଟି ପଞ୍ଚାୟତର ୩୬ ଖଣ୍ଡ ଗ୍ରାମର ଶତାଧିକ ଚାଷୀ ଉପସ୍ଥିତ ଥିବା ବେଳେ ଗଣେଶ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories