www.samajalive.in
Sunday, December 14, 2025
15.1 C
Bhubaneswar

ଗୁରୁବାର ଦିନ ଦକ୍ଷିଣ ଦିଗରେ ଯାତ୍ରା କରୁଥିଲେ ଦହି ଖାଇ ଯାତ୍ରା କରନ୍ତୁ

ବାସ୍ତୁଶାସ୍ତ୍ରରେ କୌଣସି କାର୍ୟ୍ୟରେ ଯାତ୍ରା କରିବା ପୂର୍ବରୁ ସେଥିରେ ସଫଳତା ପ୍ରାପ୍ତି ପାଇଁ କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କଲେ ଯାତ୍ରାକୁ ମଙ୍ଗଳକାରୀ ଓ ସଫଳ କରି ହୋଇଥାଏ। ଏଥିପାଇଁ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ……..
– ନିଜର ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ। ଗାୟନ୍ତ୍ରୀ ମନ୍ତ୍ରୀ ଜପ କରନ୍ତୁ।
– ଯାତ୍ରାରେ ଯିବା ପୂର୍ବରୁ ନଦୀ, ନିଆଁ, ପବନ, ଦେବୀଦେବତା , ଗୁରୁଜନ, ମାତାପିତାଙ୍କୁ ପରିହାସ କରନ୍ତୁ ନାହିଁ।
– ଘରୁ ବାହାରିବା ସମୟରେ ପ୍ରଥମେ ଡ଼ାହାଣ ପାଦ ପକାନ୍ତୁ। ଅସହାୟଙ୍କୁ ଦାନ ଦିଅନ୍ତୁ। ଗାଈଙ୍କୁ ରୁଟି କିମ୍ବା ଘାସ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ।
– ଶାସ୍ତ୍ର ଅନୁଯାୟୀ, ସୋମବାର , ଶନିବାର ପୂର୍ବ ଦିଗରେ ଯାତ୍ରା କରିବା ଅତି ଶୁଭଫଳ ଦେଇନଥାଏ। ସୋମବାର , ଗୁରୁବାର ପୂର୍ବ , ଦକ୍ଷିଣ ଦିଗରେ ଯାତ୍ରା କରନ୍ତୁ ନାହିଁ।
– ବୁଧବାର , ଶନିବାର ପୂର୍ବ , ଉତ୍ତର ଯାତ୍ରା କରିବା ଉଚିତ ନୁହେଁ। ରବିବାର ଓ ଶୁକ୍ରବାର ପଶ୍ଚିମ ଦିଗରେ ଯାତ୍ରା କରନ୍ତୁ ନାହିଁ।
– ମଙ୍ଗଳବାର ଦିନ ଉତ୍ତର ଦିଗକୁ ଯାତ୍ରା କରୁଥିଲେ ଘରୁ ଗୁଡ଼ ଖାଇ ଯାଆନ୍ତୁ।
ବୁଧବାର ଉତ୍ତର ଦିଗରେ ଯାତ୍ରା କରୁଥିଲେ ଧନିଆ କିମ୍ବା ରାଶି ଲଡ଼ୁ ଖାଇ ଯାଆନ୍ତୁ।
– ଗୁରୁବାର ଦିନ ଦକ୍ଷିଣ ଦିଗରେ ଯାତ୍ରା କରୁଥିଲେ ଦହି ଖାଇ ଯାତ୍ରା କରନ୍ତୁ।
ଶୁକ୍ରବାର ଦିନ ପଶ୍ଚିମ ଦିଗରେ ଯାତ୍ରା କରୁଥିଲେ ଗହମରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ।
– ଶନିବାର ଦିନ ପୂର୍ବ ଦିଗକୁ ଯାତ୍ରା କରୁଥିଲେ, ଅଦା ଖଣ୍ଡ ଖାଆନ୍ତୁ।
– ଯାତ୍ରାରେ ଯିବା ସମୟରେ କୌଣସି ନକରାତ୍ମକ ଶବ୍ଦର ବ୍ୟବହାର କରନ୍ତୁ ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories