www.samajalive.in
Tuesday, December 9, 2025
16.1 C
Bhubaneswar

କଳା ପଲସର ଆତଙ୍କ : ବାଇକ ଡ଼ିକି ଭାଙ୍ଗି ଲୁଟିଲେ ୪୦ ଲକ୍ଷ ଟଙ୍କାର ସୁନାଗହଣା

କଟକ  : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ବଜାର ନିକଟରୁ ଜଣେ ବ୍ୟବସାୟୀଙ୍କ ବାଇକ୍ ଡିକି ଭାଙ୍ଗି ଗତକାଲି ରାତି ୯ ଟାରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଦୁର୍ବୁତ୍ତ ଲୁଟ୍ କରିଛନ୍ତି ବୋଲି ଅଭିଯୋଗ ହୋଇଛି। କୁଳଗାଁଇଶାଳୋର ସୁନା ଦୋକାନୀ ଦୀପକ ମଣ୍ଡଳ ଦୋକାନ ବନ୍ଦ କରି ବାଇକ ଡିକିରେ ୮୦୦ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଏକ ଜରି ବ୍ୟାଗରେ ଗାଡି ଡ଼ିକିରେ ଘରକୁ ଫେରୁଥିବା ବେଳେ ଅସୁରେଶ୍ବର ବଜାରରେ ଜଣଙ୍କ ଘରକୁ ନିଜର ବାକି ଥିବା କିଛି ଟଙ୍କା ଆଣିବାକୁ ଯାଇଥିଲେ, ତେବେ ତାଙ୍କୁ ପଛରୁ ପିଛା କରୁଥିବା ୨ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ସୁନା ଦୋକାନୀଙ୍କ ବାଇକ୍ ଡିକି ଭାଙ୍ଗି ସବୁ ସୁନା ଅଳଙ୍କାର ନେଇ ଫେରାର ହୋଇ ଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ଓ ନେମାଳ ପୁଲିସ ପହଞ୍ଚି ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

- Advertisement -

ସନ୍ଧ୍ୟା ହେଲେ ନିଶ୍ଚନ୍ତକୋଇଲି, ମାହାଙ୍ଗା, ନେମାଳ ସାଲେପୁର ଆଦି ଅଂଚଳରେ ଲୁଟେରା ମାନେ ଖୋଲାଖୋଲି ବୁଲୁଥିବା ବେଳେ ଏହି ଅଂଚଳରେ ବାରମ୍ବାର ଲୁଟ ରାହାଜାନି ଘଟୁଛି। ପୁଲିସର ଆଶାନୁରୂପକ ପାଟ୍ରୋଲିଂ ହେଉନଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories