www.samajalive.in
Saturday, December 13, 2025
14.1 C
Bhubaneswar

ସୁଧହାର ହ୍ରାସ: କାଲି ନିଷ୍ପତ୍ତି, ଆଜି ପ୍ରତ୍ୟାହାର

ନୂଆଦିଲ୍ଲୀ: କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକ ଉପରେ ସୁଧହାର ହ୍ରାସ କରିବାର ନିଷ୍ପତ୍ତିକୁ ୨୪ ଘଣ୍ଟା ନ ପୂରୁଣୁ କେନ୍ଦ୍ର ସରକାର ତାହାକୁ ପ୍ରତ୍ୟାହାର କରିନେଇଛନ୍ତି। ଗତ କାଲି ସରକାର ସୁଧହାର ହ୍ରାସ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଆଜି ତାହାକୁ ଫେରାଇ ନେଇଛନ୍ତି। ସୁଧହାର ହ୍ରାସ ପାଇଁ ଭୁଲ ବଶତଃ ଆଦେଶ ଜାରି ହୋଇଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସମସ୍ତ ଯୋଜନାଗୁଡ଼ିକରେ ପୁରୁଣା ସୁଧହାର ପୂର୍ବପରି ରହିବ, ଯାହା ଗତବର୍ଷ ମାର୍ଚ୍ଚ ତ୍ରୈମାସିକରେ ରହିଥିଲା। ସଞ୍ଚୟ ଜମାଖାତାରେ ବାର୍ଷିକ ୪% ସୁଧ ମିଳିବ।

ସୂଚନାଯୋଗ୍ୟ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌), ନ୍ୟାଶନାଲ ସେଭିଙ୍ଗସ୍‌ ସ୍କିମ୍ (ଏନ୍‌ଏସ୍‌ସି) ଓ ଅନ୍ୟାନ୍ୟ କ୍ଷୁଦ୍ର ସଞ୍ଚୟ ଜମା ଉପରେ ମିଳୁଥିବା ସୁଧ ହାରକୁ ସରକାର ହ୍ରାସ କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅର୍ଥାତ୍‌ ଏପ୍ରିଲ ୧ରୁ ଏହି ସଂଶୋଧିତ ସୁଧ ହାର ଲାଗୁ ହେବ ବୋଲି ବିଜ୍ଞପ୍ତି ଜାରି କରାଯାଇଥିଲା

- Advertisement -

ବିଜ୍ଞପ୍ତି ଅନୁଯାୟୀ, ପିପିଏଫ୍‌ ସୁଧ ହାର ୭.୧%ରୁ ୬.୪%କୁ ହ୍ରାସ କରାଯାଇଥିଲା। ସେହିପରି ଏନ୍‌ଏସସି ସୁଧ ହାର ୬.୮%ରୁ ୫.୯%କୁ ହ୍ରାସ କରାଯାଇଥିଲା। କିଷାନ ବିକାଶ ପତ୍ର (କେଭିପି) ସୁଧ ହାର ୬.୯%ରୁ ୬.୨%କୁ, ସୁକନ୍ୟା ସମୃଦ୍ଧି ଯୋଜନା ୭.୬%ରୁ ୬.୯%କୁ ଓ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସୁଧ ହାର ୭.୪%ରୁ ୬.୫%କୁ ହ୍ରାସ କରାଯାଇଥିଲା। ଏକ ବର୍ଷିୟା ସଞ୍ଚୟ ଯୋଜନା ଉପରେ ସୁଧହାରକୁ ସର୍ବାଧିକ ୧.୧ ପ୍ରତିଶତ ହ୍ରାସ କରାଯାଇ ୪.୪% କରାଯାଇଥିଲା। କିନ୍ତୁ ସରକାର ଆଦେଶ ପ୍ରତ୍ୟାହାର କରିନେବା ପରେ ସୁଧହାର ଅପରିବର୍ତ୍ତିତ ରହିବ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories