www.samajalive.in
Saturday, December 6, 2025
26.1 C
Bhubaneswar

ଛାତ୍ରଛାତ୍ରୀ ଶିଖିବେ ଉପଗ୍ରହ ଡାଟା ପରିଚାଳନା: ସହଯୋଗ କରିବ ସ୍ପେଶ୍‍ କମ୍ପାନୀ ଏଣ୍ଡ୍ୟୁରୋସାଟ୍‍

ବେଙ୍ଗାଲୁରୁ: ଛାତ୍ରଛାତ୍ରୀ ଏଣିକି ପିଲାଦିନୁ ମହାକାଶରେ ଘୁରି ବୁଲୁଥିବା ଏକ ଉପଗ୍ରହକୁ କମାଣ୍ଡ ପଠାଇପାରିବେ ଏବଂ ଉପଗ୍ରହର ଡାଟା ପର୍ଯ୍ୟନ୍ତ ପହଞ୍ଚିପାରିବେ। ସେମାନଙ୍କ ପାଇଁ ଏଭଳି ଏକ ସୁବିଧା ଆଣିଦେଉଛି ଅଗ୍ରଣୀ ଏଡ୍‍ଟେକ କମ୍ପାନୀ ହ୍ୱାଇଟହ୍ୟାଟ୍‍ ଜୁନିୟର ଏବଂ ଏଥିରେ ସହଯୋଗ କରୁଛି ଅଗ୍ରଣୀ ସ୍ପେଶ୍‍ କମ୍ପାନୀ ଏଣ୍ଡ୍ୟୁରୋସାଟ୍‍। ସେମାନଙ୍କ ମଧ୍ୟରେ ହୋଇଥିବା ଏକ ଚୁକ୍ତି ମୁତାବକ ୨୦୨୧ ଡିସେମ୍ବରରେ ଏକ ଉପଗ୍ରହ ଉତ୍‍କ୍ଷେପଣ କରାଯିବ, ଯେଉଁଥିରେ ପେ’ଲୋଡ କେବଳ ହ୍ୱାଇଟହ୍ୟାଟ୍‍ ପାଇଁ ଉତ୍ସର୍ଗୀକୃତ ରହିବ ଏବଂ ଏହା ଛାତ୍ରଛାତ୍ରୀଙ୍କୁ ମହାକାଶ ସଂପର୍କିତ ଶିକ୍ଷା ଆହରଣ ସୁଯୋଗ ପ୍ରଦାନ କରିବ। ଏଥିସହିତ ଛାତ୍ରଛାତ୍ରୀ ୨୦୨୧ ଜୁନ୍‍ ମାସରେ ଉତ୍‍କ୍ଷେପଣ ହେବାକୁ ଥିବା ଅନ୍ୟଏକ ଉପଗ୍ରହ ସହିତ ପରୀକ୍ଷାମୂଳକ ଭିତ୍ତିରେ ସଂପର୍କ ସ୍ଥାପନ କରିବେ। ଉଭୟ ଉପଗ୍ରହ ସ୍ପେଶ୍‍ଏକ୍ସ ଫାଲ୍‍କନ ୯ ରାଇଡସେୟାର୍‍ରୁ ଲାଭ ଉଠାଇବ।
ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ତାକର୍ଷକ ପ୍ରୟୋଗାତ୍ମକ ବିଜ୍ଞାନ ସୁଯୋଗ ସୃଷ୍ଟିକରିବ, ଯେଉଁମାନେ ମହାକାଶରେ କାର୍ଯ୍ୟକରୁଥିବା ଏକ ଉପଗ୍ରହକୁ ନିର୍ଦ୍ଦେଶ ପଠାଇବା ଏବଂ ତାହାର ଡାଟା ପର୍ଯ୍ୟନ୍ତ ପହଞ୍ଚିବାକୁ ସମର୍ଥ ହୋଇପାରିବେ। ସେନ୍‍ସର ଡାଟା ବିଶ୍ଳେଷଣ (ପ୍ରତ୍ୟେକ ଉପଗ୍ରହରେ ୩୦ରୁ ଅଧିକ ସେନ୍‍ସର ଖଞ୍ଜାଯାଇଛି, ଯେଉଁଥିରେ ଇନ୍‍ଫ୍ରାରେଡ, ତାପମାତ୍ରା, ସନ୍‍ ସେନସର, ଜାଇରୋସ୍କୋପ ଆଦି ରହିଛି) ଠାରୁ କ୍ୟାମେରାଗୁଡିକ ନିୟନ୍ତ୍ରଣ କରିବା (ବିଭିନ୍ନ ମହାକାଶ ପଦାର୍ଥର ଚିତ୍ର ଉତ୍ତୋଳନ କରିବା), ଉପଗ୍ରହରୁ ବାର୍ତ୍ତା ପାଇବା ଏବଂ ଉପଗ୍ରହକୁ ବାର୍ତ୍ତା ପ୍ରେରଣ କରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅସୀମିତ ଏବଂ ଅତ୍ୟନ୍ତ ଉନ୍ନତ ଶିକ୍ଷା ଆହରଣ ସୁଯୋଗ ପାଇବେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories