www.samajalive.in
Monday, December 8, 2025
24.1 C
Bhubaneswar

ଓଡ଼ିଆଙ୍କୁ ମନା ଓଡିଶା କାମ, ବିଧାନସଭାରେ ସୌମ୍ୟ-ପ୍ରତାପ ମୁହାଁମୁହିଁ

ରାଜ୍ୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡିକରେ ଓଡିଆ ଠିକାଦାରମାନେ କାମ ନ ପାଇବା ନେଇ ଆଜି ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ବିଧାନସଭାରେ ମୁହାଁମୁହିଁ ହୋଇଥିଲେ। ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଟେଣ୍ଡର ଯୋଗ୍ୟତା ନୀତି ଯୋଗୁ ରାଜ୍ୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟଗୁଡିକ ପାଇଁ ରାଜ୍ୟର ଠିକାଦାରମାନେ ଯୋଗ୍ୟ ହେଉନାହାନ୍ତି କି କାମ ପାଉନାହାନ୍ତି। ସେ କହିଥିଲେ ଯେ ପାନୀୟ ଜଳ ମାମଲାରେ ଓଡିଶାର ଲୋକମାନେ ସମଗ୍ର ବିଶ୍ୱରେ କାମ କରୁଥିବା ବେଳେ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ ମେଗା ପ୍ରକଳ୍ପ କରି ଓଡିଆ ଲୋକମାନଙ୍କୁ କାମରୁ ବଂଚିତ କରାଯାଉଛି। ତେଣୁ ସବୁ ପ୍ରକଳ୍ପ ଗୁଡିକୁ ମେଗା ପ୍ରକଳ୍ପ କରିବାର ଆବଶ୍ୟକତା କଣ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ।

ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଏଭଳି ଅଭିଯୋଗ ସତ୍ୟ ନୁହେଁ ବୋଲି କହିବା ସହ କହିଥିଲେ ଯେ ପ୍ରଥମେ ଭୂତଳ ଜଳ ବ୍ୟବହାର କରି ପାନୀୟ ଜଳ ପ୍ରକଳ୍ପ କରା ଯାଉଥିଲା। ହେଲେ ଅନେକ ସ୍ଥଳରେ ଦେଖା ଗଲା ଯେ ଭୂତଳ ଜଳ ପାନୀୟ ଜଳ ପାଇଁ ଉପଯୁକ୍ତ ହେଲା ନାହିାଁ ତେଣୁ ଭୂପୃଷ୍ଠ ଜଳକୁ ନେଇ ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ପଡୁଛି। ଏଥିରେ ସମସ୍ତ ପ୍ରକାର ନିୟମ ଅନୁସାରେ ଏହା କରାଯାଉଛି। ତେବେ ବିଧାୟକ ସୌମ୍ୟ ରଂଜନ କହିଥିଲେ ଯେ ମନ୍ତ୍ରୀଙ୍କ ଉତର ଶତ ପ୍ରତିଶତ ଠିକ ବୋଲି ମନେ ହେଉ ନାହିିଁ। କାରଣ କୌଣସି ପାନୀୟ ଜଳ ପ୍ରକଳ୍ପର ଚାରିଟି ଦିଗ ରହିଥାଏ। ଗୋଟିଏ ହେଲା ଇନଟେକ ବେଲ, ଟ୍ରିଟମେଂଟ ପ୍ଲାଂଟ, ଓଭରହେଡ ଟ୍ୟାଙ୍କ ତଥା ପାଇପ ଯୋଗେ ଘରକୁ ପାଣି ପହଂଚାଇବା। ସମସ୍ତ କାମ ଜଣେ କରିବ ଏପରି କିଛି ଆବଶ୍ୟକତା ନାହିଁ।

ଏହି ପ୍ରସଙ୍ଗରେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳର ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିବାକୁ ଅନୁମତି ନ ଦେଇଥିବା କାରଣରୁ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧.୧୪ରୁ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories