www.samajalive.in
Saturday, December 6, 2025
16.1 C
Bhubaneswar

ବନପାଳ ପାଇଥିବା ତାଲିମର ସୁବିନିଯୋଗ କଲେ ବିଭାଗର ମର୍ଯ୍ୟାଦା ବଢିବ: ମୁଖ୍ୟ ବନ ସଂରକ୍ଷକ

ଜି.ଉଦୟଗିରି: ସ୍ଥାନୀୟ ବନପାଳ ପ୍ରଶିକ୍ଷଣ ତାଲିମ କେନ୍ଦ୍ରର ୪୯ତମ ବନପାଳ ତାଲିମ ପ୍ରଶିକ୍ଷଣରେ ମୁଖ୍ୟ ବନ ସଂରକ୍ଷକ ତାଲିମ ଓ ଉନ୍ନୟନ ବିଭାଗ ଆଇଏଫଏସ ଅକ୍ଷୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନପାଳମାନେ ନେଇଥିବା ତାଲିମର ସୁବିନିଯୋଗ କରି ପାରିଲେ ବିଭାଗର ମର୍ଯ୍ୟାଦା ବଢିବ ବୋଲି ମତବ୍ୟକ୍ତ କରିଥିଲେ। ଏହାସହ ବନରକ୍ଷୀମାନେ ୫୦ ଓ ବନପାଳମାନେ ୧୦୦ ଗଛ ଅନ୍ତତଃ ଚିହ୍ନିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ।

ଉପ-ବନ ସଂରକ୍ଷକ ପୂର୍ଣ୍ଣଚନ୍ଦ୍ର ଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୪୯ତମ ସମାବର୍ତ୍ତନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ମୁଖ୍ୟ ବନ ସଂରକ୍ଷକ ଲକ୍ଷ୍ମୀଧର ଦାସ ଯୋଗଦେଇ ବନ ବିଭାଗରେ ବନପାଳଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ୟ୍ୟକ୍ରମରେ କୃତି ପ୍ରତିଯୋଗୀମାନଙ୍କୁ ମେଡାଲ ସହ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବେଷ୍ଟ ଅଫ୍ ଅଲ ରାଉଣ୍ଡର ଭାବେ ବନପାଳ ରଞ୍ଜିତା ପଣ୍ଡାଙ୍କୁ ମେଡାଲ ସହ ମାନପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଉପ-ବନ ସଂରକ୍ଷକ କମଳାକାନ୍ତ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ୟ୍ୟକ୍ରମ ପରିଚାଳନାରେ ଡେପ୍ୟୁଟି ରେଞ୍ଜର ନୀଳମାଧବ ସାହୁ, ବନପାଳ ଶଙ୍କର ପଣ୍ଡା, ବନରକ୍ଷୀ ପ୍ରଭାତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories