www.samajalive.in
Sunday, December 14, 2025
26.1 C
Bhubaneswar

ସୁନାହାର ଲୁଟ ଉଦ୍ୟମ ବେଳେ ଛୁରାମାଡ, ସଂଘର୍ଷ ବେଳେ ଲୁଟେରାଙ୍କ ଛୁରା ମାଡ଼ରେ ଯୁବକ ଗୁରୁତର

ବାଲେଶ୍ଵର: ସଦରଥାନା ଅନ୍ତର୍ଗତ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ ହୋଇଛି। ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ ଉଦ୍ୟମ ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇଥିବା ଜଣେ ଯୁବକଙ୍କୁ ଲୁଟେରାମାନେ ଛୁରାମାଡ଼ କରିଛନ୍ତି। ଲୁଟେରାମାନଙ୍କ ଛୁରାମାଡ଼ରେ ମହିଳାଙ୍କୁ ବଞ୍ଚାଇବାକୁ ଯାଇଥିବା ଯୁବକଜଣକ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ଭୋର ୫ଟା ବେଳେ ଜଣେ ମହିଳା ପ୍ରାତଃଭ୍ରମଣ କରୁଥିବା ବେଳେ ଜଣେ ଳୁଟେରା ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିନେଇ ପଳାଉଥିଲେ।

 

- Advertisement -

ମହିଳାଜଣକ ଚିତ୍କାର କରିବାରୁ ଆଶ୍ରମର ସିଦ୍ଧେଶ୍ଵର ଗାଆଣ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ଓ ଲୁଟେରାଙ୍କୁ ପ୍ରତିରୋଧ କରିଥିଲେ। ଏହି ସମୟରେ ସେହି ଲୁଟେରା ଜଣଙ୍କ ସିଦ୍ଧେଶ୍ୱରଙ୍କୁ ଛୁରାମାଡ଼ କରିଥିଲେ। ସଂଘର୍ଷ ବେଳେ ଲୁଟେରାଙ୍କ ଛୁରା ମାଡ଼ରେ ସିଦ୍ଧେଶ୍ଵର ଗୁରୁତର ହୋଇଥିଲେ। ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛୁରାମାଡ଼ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରି ପୁଲିସ ଜିମାରେ ଦେଇଥିବା ଜଣାପଡିଛି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ବାଲେଶ୍ୱର ପ୍ରଜାପିତା ବ୍ରହ୍ମାକୁମାରୀ ରୋଡ୍‌ରେ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories