www.samajalive.in
Saturday, December 13, 2025
26.1 C
Bhubaneswar

ବୈଷ୍ଣବ କ୍ଷେତ୍ରରେ ଦୋଳଯାତ୍ରା

ସୁଆଣ୍ଡୋ: ପୁରୀ ଜିଲାର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସତ୍ୟବାଦୀ ସାକ୍ଷୀଗୋପୀନାଥଙ୍କ ସହିତ ଗ୍ରାମାଞ୍ଚଳର ଗାଁ ଗାଁରେ ଦୋଳଯାତ୍ରା ପାଳିତ ହୋଇଯାଇଛି। ଏହି ଅବସରରେ ଠାକୁର ସୁସଜ୍ଜିତ ବିମାନରେ ବିଜେ କରି ଛତି, ତ୍ରାସ, ବୈରଖ, ଘଣ୍ଟ ଘଣ୍ଟା କାହାଳୀ ମଶାଲ ସହିତ ଶ୍ରଦ୍ଧାଳୁଙ୍କ ଗହଣରେ ପଲଟନରେ ଆସି ଦୋଳବେଦୀକୁ ବିଜେ କରିଥିଲେ। ପରମ୍ପରା ଅନୁସାରେ ଅବଧାନ ଦୋଳବେଦୀରେ ଠାକୁରଙ୍କ ନିକଟରେ ନୂତନ ପାଞ୍ଜି ପଢିଥିଲେ। ଖଇ ଉଖୁଡା କୋରା ଚଣା ଫଳମୂଳ ଠାକୁରଙ୍କ ନିକଟରେ ଶ୍ରଦ୍ଧାଳୁମାନେ ଭୋଗ ଲଗାଇଥିଲେ।

ଦୋଳବେଦୀରେ ଠାକୁରଙ୍କ ତିନି ଧୂପ ସହିତ ଅବିର ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତିରେ ଠାକୁର ବିମାନରେ ଗ୍ରାମ ପରିକ୍ରମା କରି ଦୁଆରିଭୋଗ କରାଯାଇଥିଲା। ଦୋଳପୂର୍ଣ୍ଣମୀ ପାଇଁ ଗ୍ରାମ ଗୁଡିକ ଉତ୍ସବମୁଖର ହୋଇଉଠିଛି। କୋଭିଡ କଟକଣା ମଧ୍ୟରେ ଦୋଳଯାତ୍ରା ଶେଷ ହୋଇଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories