୬ କୋଟି ଟପିଲା କୋଭିଡ ପ୍ରତିଷେଧକ ଟିକାକରଣ

ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ସୁଦ୍ଧା ମୋଟ ୬ କୋଟି ୫ ଲକ୍ଷ ୩୦ ହଜାର ୪୩୫ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ଗତକାଲି ଗୋଟିଏ ଦିନରେ ସାରା ଦେଶରେ ଥିବା ଉଭୟ ସରକାରୀ ଘରୋଇ ଟିକାକରଣ କେନ୍ଦ୍ରରେ ୨ ଲକ୍ଷ ୬୦ ହଜାର ୬୫୩ ଜଣ ହିତାଧିକାରୀଙ୍କୁ ଏହି ଟିକା ଦିଆଯାଇଛି।

ଆଜି ସୁଦ୍ଧା ୮୧ ଲକ୍ଷ ୫୬ ହଜାର ୯୯୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଥିବା ବେଳେ ୫୧ ଲକ୍ଷ ୭୮ ହଜାର ୬୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି। ସେହିପରି ୮୯ ଲକ୍ଷ ୧୨ ହଜାର ୧୧୩ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଓ ୩୬ ଲକ୍ଷ ୯୨ ହଜାର ୧୩୬ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ଵିତୀୟ ଡୋଜ ଦିଆଯାଇଛି। ଏହି ପର୍ଯ୍ୟାୟରେ ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ବହୁବିଧ ରୋଗରେ ପୀଡିତ ୬୭ ଲକ୍ଷ ୩୧ ହଜାର ୨୨୩ ଜଣଙ୍କୁ ପ୍ରଥମ ଡୋଜ ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ୨ କୋଟି ୭୮ ଲକ୍ଷ ୫୯ ହଜାର ୯୦୧ଜଣଙ୍କୁ ଟିକାକରଣ କରାଯାଇଛି।

Comments are closed.