www.samajalive.in
Sunday, December 14, 2025
23.1 C
Bhubaneswar

ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କଲା ଭାରତ, ୨-୧ରେ ସିରିଜ୍ ବିଜୟୀ

ଭାରତ – ଇଂଲଣ୍ଡ ମଧ୍ୟରେ ପୁଣେ ଠାରେ ଅନୁଷ୍ଠିତ ତୃତୀୟ ତଥା ଶେଷ ନିର୍ଣ୍ଣାୟକ ଦିନିକିଆରେ ଭାରତ ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କରିଛି। ଫଳରେ ଭାରତ ୩ ମ୍ୟାଚ ବିଶିଷ୍ଟ ପେଟିଏମ ଏକଦିବସୀୟ ସିରିଜକୁ ୨-୧ରେ ଜିତିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୮.୨ ଓଭରରେ ୩୨୯ ରନ୍ ଜବାବରେ ଇଂଲଣ୍ଡ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୨୨ ରନ୍‌ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା।

https://youtu.be/SbJ5FxClvL0

ପୁଣେସ୍ଥିତ ମହାରାଷ୍ଟ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ୪୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୩୨୯ ରନ୍ ସଂଗ୍ରହ କରିଥିଲା। ଭାରତର ରୋହିତ ଶର୍ମା ୩୭ଟି ବଲରେ ୬ଟି ଚୌକା ସହ ୩୭ରନ୍ ସଂଗ୍ରହ କରିଥିବା ବେଳେ ଶିଖର ଧୱନ୍ ୫୬ଟି ବଲରେ ୬୭ ରନ୍ ସଂଗ୍ରହ କରିଥିଲେ। ଧୱନ୍ ୧୦ଟି ଚୌକା ମାରିଥିଲେ। ଋଷଭ ପନ୍ତ ୬୨ଟି ବଲରେ ୭୮ ରନ୍ କରିଥିଲେ।

ଇଂଲଣ୍ଡ ପକ୍ଷରୁ ସାମ୍‌ କରନ୍ ୮୩ଟି ବଲରେ ୯ଟି ଚୌକା ଓ ୩ଟି ଛକା ବିନିମୟରେ ସର୍ବାଧିକ ୯୫ ରନ୍‌ ସଂଗ୍ରହ କରିଥିବା ବେଳେ ଡାଓ୍ୱିଡ୍‌ ମଲାନ୍ ୫୦, ଲିଭିଂଷ୍ଟୋନ୍‌ ୩୬‌, ବେନ୍‌ ଷ୍ଟୋକ୍ସ ୩୫‌, ମୋଇନ୍ ଅଲି ୨୯‌, ଆଦିଲ ରସିଦ୍‌ ୧୯‌, ଜୋସ୍‌ ବଟଲର ୧୫ ରନ, ଜେସନ୍‌ ରୟ ୧୪ ରନ୍ ଓ ମାର୍କ ଉଡ୍‌ ୧୪ ରନ୍ ସଂଗ୍ରହ କରିଥିଲେ।

https://youtu.be/c1z0EjeqoO4

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୪ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ବର କୁମାର ୩ ଓ ଟି. ନଟରାଜନ୍‌ ଗୋଟିଏ ୱିକେଟ୍ ନେଇଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories