www.samajalive.in
Saturday, December 13, 2025
21.1 C
Bhubaneswar

ସାମ୍ବାଦିକଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼.ବୃଷକେତୁ ଦାଶ ,ପ୍ରଧାନଶିକ୍ଷକ ଗଗନ କୁମାର ଦାଶ, ସାମ୍ବାଦିକ ଚିତ୍ତରଞ୍ଜନ ଦାଶ, ମନୋରଞ୍ଜନ ଦାଶ , ପଞ୍ଚାନନ ଦାଶଙ୍କ ମାତା ତଥା ଧର୍ମପରାୟଣ ମହିଳା ମନୋରମା ଦାଶ(୭୫) ଙ୍କର ମାର୍ଚ୍ଚ ୨୬ ତାରିଖ ଅପରାହ୍ନ ୧:୩୦ ରେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଦେହାନ୍ତ ଘଟିଯାଇଛି । ସେ ଦୁଇ ଦିନ ଧରି ଶ୍ଵାସ ରୋଗରେ ପୀତିତ ଥିଲେ । ତାଙ୍କର ଆକସ୍ମିକ ବିୟୋଗ ଖବର ଶୁଣି ବିଭିନ୍ନ ମହଳରେ ଶୋକର ଛାୟା ଖେଳିଯାଇଛି । ପାରଳାଖେମୁଣ୍ଡି ବିଧାୟକ କେ, ନାରାୟଣ ରାଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷା ଅନୀତା ରାଣୀ ବେହେରା , ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଓଡ଼ିଶାବାର୍ତ୍ତା ସଂପାଦକ ମନୋଜକାନ୍ତ ଦାଶ, ସମାଜ ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରତିନିଧି ଗୁରୁଡ଼ଧ୍ଵଜ ଚୌଧୁରୀ, ବିଧାନ ଚୌଧୁରୀ, ଭଗବତ ପାଢି, ତାରିଣୀ ପ୍ରସାଦ ପଣ୍ଡା, ରୂପେସ ସାହୁ, ଗଣେଶ ରାଜୁ,ବାସୁଦେବ ଆଚାର୍ଯ୍ୟ,ରଶ୍ଶୀରଞ୍ଜନ ମିଶ୍ର, ବିଜୟ ଗୌଡ଼, ଶିଶିର ଗୌଡ଼, ବାଳକୃଷ୍ଣ ପାଣିଗ୍ରାହୀ ଏବଂ ମୋହନା ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତତସହିତ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ବ୍ଳକ କଲୋନି ସ୍ଥିତ ଦାଶ ପରିବାରଙ୍କ ବାସଭବନକୁ ରବିବାର ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ଯକ୍ଷ ଶ୍ରୀକାନ୍ତ ସାହୁ, ବ୍ଳକ ବିଜେଡି ସଭାପତି ମଦନଗୋପାଳ ଦୋରା ,ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ପାଢି ଯାଇ ଶୋକସନ୍ତପ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ଵନା ଦେଇଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories