www.samajalive.in
Sunday, December 14, 2025
26.1 C
Bhubaneswar

ବେଲପାହାଡ଼ରେ ବିଶ୍ୱ ନାଟ୍ୟ ଦିବସ, ମଞ୍ଚସ୍ଥ ହେଲା ହାସ୍ୟ ରସାତ୍ମକ ନାଟକ ‘ଠଠ୍ଲୋ’

ଲଖନପୁର: ଝାରସୁଗୁଡ଼ା ଜିଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ପକ୍ଷରୁ ଗୁମାଡେରା ମାଲିପଡ଼ାସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟ ପରିସରରେ ଶନିବାର ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ମହାପ୍ରଭୁ ଜଗନ୍ନାଥ ଓ ନଟରାଜ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପଣ୍ଡିତ ରଘୁନାଥ ନାୟକ ଚଳିତ ବର୍ଷର ନାଟ୍ୟ ବାର୍ତ୍ତା ପଠନ କରିଥିଲେ। ପରେ ସୁବାସ ପ୍ରଧାନଙ୍କ ନିର୍ଦ୍ଦେଶନା ଓ ରଚନାରେ ପରିବେଷିତ ହାସ୍ୟ ରସାତ୍ମକ ନାଟକ ‘ଠଠ୍ଲୋ’କୁ ଶତାଧିକ ଦର୍ଶକ ଶେଷ ପର୍ଯ୍ୟନ୍ତ ଭରପୁର ଉପଭୋଗ କରିଥିଲେ। ଏଥିରେ କଳାକାରଙ୍କ ମଧ୍ୟରୁ ଗୌରୀ ଶଙ୍କର କୁମ୍ଭାର, ସୁଶାନ୍ତ ମହାରଣା, ସୌଭାଗ୍ୟ ରଞ୍ଜନ ସାହୁ, ଚିନ୍ତାମଣି ମେହେର, କାହ୍ନା ବଗାର, ଲବ ପ୍ରଧାନ, ସବିତା ଦାଶ, ସୋନିଆଁ ବେହେରା, ଅନୀଲ ରଣା, ବିନୟ ପ୍ରଧାନ, ଶ୍ରବଣ ବେହେରା ଏବଂ ଶିଶୁ କଳାକାର ପ୍ରମୁଖ ଅଭିନୟ କରିଥିବା ବେଳେ ପ୍ରଚ୍ଛଦ ପଟରେ ଜେନାମଣି ସେଠ, ଡା. ଦିଲୀପ ନାଏକ, ସରସ୍ୱତୀ ପ୍ରଧାନ, ସନ୍ତୋଷ ସାହୁ, ପରମେଶ୍ୱର ମରେଇ, ଦୀପକ ମହାକୁଡ଼, ସରୋଜ ମିର୍ଦ୍ଧା, ମନୋଜ ମେହେର, ସୁରେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବରେ ନାଟ୍ୟ କଳାକାର ଆନନ୍ଦ ମହାକୁଡ଼, ଶରତ ସାହୁ, ରମାକାନ୍ତ ମଲ୍ଲିକ, ସାଂସଦ ପ୍ରତିନିଧି ତପନକାନ୍ତ ଜେନା, ରଘୁନନ୍ଦନ ପାଣ୍ଡା, ପୂର୍ବତନ କାଉନସିଲର ରଞ୍ଜିତା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ମିରର ଥିଏଟରର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସୁବାସ ପ୍ରଧାନ ଉପସ୍ଥିତ ରହିଥିଲେ। ସଭାକାର୍ଯ୍ୟକୁ ସନ୍ତୋଷ ସାହୁ ପରିଚାଳନା କରିଥିବା ବେଳେ ଶେଷରେ ଡା. ଦିଲୀପ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଅତୀତରେ ଆସାମର ଗୁଆହାଟିଠାରେ ଅନୁଷ୍ଠିତ ଅଷ୍ଟମ ଥିଏଟର ଅଲିମ୍ପିକ୍ରେ ମିରର ଥିଏଟରର ପ୍ରସିଦ୍ଧ ନାଟକ ‘ଲାଲ୍ ପାଏନ୍’ ପରିବେଷଣ କରିବା, କଳାକାର ଅମନ ଡୋରାଙ୍କ ଏନଏସଡି ସିକ୍କିମ ଶାଖାରେ ନାଟ୍ୟ ଶିକ୍ଷା ଲାଭ କରିବା ଆଦି ସଫଳତା ଅର୍ଜନ କରିଥିବାରୁ ଅତିଥି ଗଣ ଅନେକ ପ୍ରଶଂସା କରି ଏହା ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ବୋଲି ପ୍ରକାଶ କରିଥିଲେ। ଏହା ସହିତ ନାଟକ ଜଗତରେ ଏହି ଅନୁଷ୍ଠାନ ଆଗାମୀ ଦିନରେ ଦେଶ ବିଦେଶରେ ଆହୁରି ସଫଳତା ଅର୍ଜନ କରୁ ବୋଲି କାମନା କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories