www.samajalive.in
Sunday, December 7, 2025
26.1 C
Bhubaneswar

ଯାତ୍ରିବାହୀ ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୦ ଆହତ

ବୌଦ୍ଧ/ହରଭଙ୍ଗା : ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଦୁର୍ଘଟଣା ବଢିଚାଲିଛି। ଏହି ରାଜପଥକୁ ଲୋକେ ମରଣଯନ୍ତା ବୋଲି କହିବା ଆରମ୍ଭ କଲେଣି। ବୁଧବାର ଦିନ ଏହି ରାଜପଥରେ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଶୁକ୍ରବାର ବି ଅନେକ ଛୋଟମୋଟ ଦୁର୍ଘଟଣା ଘଟି ଲୋକେ ଆହତ ହୋଇଥିଲେ। ସେହିପରି ଶୁକ୍ରବାର ଭୋରରୁ ଆଉ ଏକ ଦୁର୍ଘଟଣା ଘଟିଛି। ବୌଦ୍ଧ ଆଦର୍ଶଥାନା ଅଧିନ ଖଜୁରୀପଡା ଠାରେ ଏକ ଯାତ୍ରୀବାହି ବସ୍ ଓ ମାଲବାହୀ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ ଜଣ ବସଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତରଥିବା ଜଣାଯାଇଛି। ଖବର ମୁତାବକ, ଗୁରୁବାର ରାତିରେ ତିରୁପତି ନାମକ ଏକ ଯାତ୍ରୀବାହି ନାଇଟ୍ କୋଚ୍ ବସ୍ ଭୁବନେଶ୍ୱରରୁ ବାହାରି ଭବାନୀପାଟଣା ଅଭିମୁଖେ ଯାଉଥିଲା। ବୌଦ୍ଧ ଜିଲ୍ଲା ବୀରନରସିଂହପୁର ନିକଟ ଖଜୁରୀପଡା ଠାରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସର ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ। ବସଯାତ୍ରୀଙ୍କ ଠାରୁ ଖବରପାଇ ଆମ୍ବୁଲାସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ଆହତଙ୍କ ମଧ୍ୟରେ ୩ ଜଣ ଗୁରୁତର ଥିବା ଜଣାପଡିଛି। ଅନ୍ୟ ଯାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥା କରାଯାଇ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ଶୁକ୍ରବାର ସକାଳେ ବୌଦ୍ଧ ପୁଲିସ ପହଞ୍ଚି ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories