www.samajalive.in
Sunday, December 14, 2025
26.1 C
Bhubaneswar

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହେଲାନି ପ୍ରଶ୍ନୋତର ଓ ଶୂନ୍ୟକାଳ

ଆଜି ବିଧାନସଭାରେ ବିରୋଧୀଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁ ପ୍ରଶ୍ନୋତର ଓ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇପାରିନାହିଁ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସ୍ୱରାଷ୍ଟ୍ର ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ ମଧ୍ୟ ହୋଇପାରିନାହିଁ। ଆଜି ଅଧିବେଶନ ଆରମ୍ଭ ହେବା ମାତ୍ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ କୃଷି ଆଇନ କଳା ଆଇନ ହୋଇଥିବାରୁ ଓ ଦେଶବ୍ୟାପୀ ଚାଷୀ ସଂଗଠନମାନଙ୍କର ଧର୍ମଘଟ ଡାକରା ଦିଆଯାଇ ଥିବାରୁ ଗୃହକୁ ବନ୍ଦ କରିବାକୁ ଦାବି କରି କଂଗ୍ରେସ ଦଳର ବିଧାୟକମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ତେଣୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ପ୍ରଥମେ ୧୦.୩୧ରୁ ୧୧.୩୦ ଓ ପରେ ୧୧.୩୫ରୁ ଅପରାହ୍ନ ଚାରିଟା ଯାଏ ମୁଲତବୀ ଘୋଷଣା କରିଥିଲେ।

କଂଗ୍ରେସ ଦଳର ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଚାଷୀ ଆନ୍ଦୋଳନ ନେଇ ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଚାଷୀମାନଙ୍କ ସୁରକ୍ଷା ଆମର ଦାବି, ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତି ଚଳିବ ନାହିଁ, ଆମର ଦାବି ସରକାର ତୁମେ ମାନି ନିଅ, ଆଦି ସ୍ଲୋଗାନ ମାନ ଦେଇଥିଲେ। ବାଚସ୍ପତି ସେମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କଂଗ୍ରେସ ବିଧାୟକମାନେ ଏହା ନ ଶୁଣି ନିଜ ଜିଦରେ ଅଟଳ ରହିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗତକାଲି କଂଗ୍ରେସ ଦଳର ନେତା ନରସିଂହ ମିଶ୍ରଙ୍କ ସଂକଳ୍ପ ପ୍ରସ୍ତାବ ଉପରେ ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କୃଷି ଆଇନକୁ ଓଡିଶାରେ କାର୍ଯ୍ୟକାରୀ ନ କରିବା ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଣିଥିବା ପ୍ରସ୍ତାବକୁ ଗ୍ରହଣ କରି ଆଲୋଚନା କରିବା ସମ୍ପର୍କରେ ଆଜି ହେବାକୁ ଥିବା କାର୍ଯ୍ୟ ପରାମର୍ଶଦାତା ସମିତିର ବୈଠକ ଆଜି ହେବା ପରିବର୍ତେ ଶନିବାର ଦିନ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ସୂଚନା ଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories