www.samajalive.in
Saturday, December 13, 2025
21.1 C
Bhubaneswar

ପାକିସ୍ତାନ ବିରୋଧରେ ପିଓକେବାସୀଙ୍କ ବିକ୍ଷୋଭ

ଇସଲାମାବାଦ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ବାସୀ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିଓକେବାସୀ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସରକାର ତାଙ୍କ ବିରୋଧରେ ଜଳଯୁଦ୍ଧ ଚଳାଇଛନ୍ତି। ନୀଲମ୍‍ ନଦୀର ଜଳକୁ ପଞ୍ଜାବ ପ୍ରଦେଶକୁ ନେବା ଦ୍ୱାରା ମୁଜାଫରାବାଦ ଶୁଷ୍କ ହୋଇପଡିଛି। ପିଓକେର ମୁଜାଫରାବାଦବାସୀ କହିଛନ୍ତି ଯେ ସେମାନେ ବିଜୁଳି ବିନା ବଞ୍ଚିପାରିବେ ମାତ୍ର ପାଣି ବିନା ବଞ୍ଚିପାରିବେ ନାହିଁ। ନୀଲମ୍‍ ନଦୀର ପାଣିକୁ କେନାଲ ମାଧ୍ୟମରେ ପଞ୍ଜାବକୁ ନିଆଯିବା ଦ୍ୱାରା ଏହି ନଦୀ ଶୁଷ୍କ ପଡିଯାଇଛି। ଫଳରେ ନଦୀ ଉପକୂଳ ଲୋକେ ଜଳାଭାବର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ଲୋକେ ନୀଲମ୍‍ ଝେଲମ ହାଇଡ୍ରୋପାୱାର ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଛନ୍ତି। କାରଣ ଏହି ପ୍ରକଳ୍ପ ଦ୍ୱାରା ପାକିସ୍ତାନବାସୀ ଉପକୃତ ହେବେ ମାତ୍ର ପିଓକେବାସୀ କୌଣସି ଲାଭ ପାଇବେ ନାହିଁ। ପିଓକେବାସୀଙ୍କ ଏପରି ଅଭିଯୋଗ ପଛରେ ବିଦେଶୀ ଶକ୍ତିର ହାତ ରହିଥିବା ପାକିସ୍ତାନ ଅଭିଯୋଗ କରିଛି।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories