ନିଖୋଜ ନାବାଳିକା ଘରକୁ ଫେରିବା ପରେ ସନ୍ଦେହ ଘେରରେ ମାହାଙ୍ଗା ଭଦ୍ରେଶ୍ୱର ଫାଣ୍ଡି ପୁଲିସ ଅଧିକାରୀ ତପନ କୁମାର ନାୟକ
କୁଆଁପାଳ: ଜଣେ ଅଷ୍ଟମ ଶ୍ରେଣୀ ନାବାଳିକା ନିଖୋଜ ହେବା ଘଟଣାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଗୋପାଳପୁର ପଂଚାୟତ ନଇଗୁଆଁ ଗ୍ରାମର ଜଣେ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରି ଛାଡିଦେବା ପରେ ଅଟକ ଥିବା ସମ୍ପୃକ୍ତ ଥିବା ବ୍ୟକ୍ତି ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଟକ ସମୟରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦିଆଯିବା ଦ୍ୱାରା ଏହାକୁ ସହିନପାରି ସମ୍ପୃକ୍ତ ଯୁବକ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚାର ବିଷୟ ବସ୍ତୁ ହୋଇଛି।
- Advertisement -



