www.samajalive.in
Sunday, December 14, 2025
23.1 C
Bhubaneswar

ପରୀ ହତ୍ୟାକାଣ୍ଡ ଘଟଣା : ହାଇକୋର୍ଟରେ ମାମଲାର ପୂର୍ଣ୍ଣଚ୍ଛେଦ

କଟକ : ହାଇକୋର୍ଟରେ ନୟାଗଡ଼ ଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ତ ଘଟିଲା। ମାମଲା ସୁପ୍ରିମକୋର୍ଟ ଯାଇ ସାରିଥିବାରୁ ହାଇକୋର୍ଟରେ ଆଉ ଶୁଣାଣିର ଆବଶ୍ୟକତା ନଥିବା ଦର୍ଶାଇ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୋର୍ଟ। ଅନ୍ୟପକ୍ଷରେ ଏସଆଇଟି ପକ୍ଷରୁ ତଦନ୍ତର ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି। ସିଲ୍‌ କଭରରେ ରିପୋର୍ଟ ଦାଖଲ ହୋଇଛି। ପୀଡ଼ିତାଙ୍କ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ଆବେଦନକାରୀ ଚାହିଁଲେ ସେହି ମାମଲାରେ ପକ୍ଷ ହୋଇପାରନ୍ତି ବୋଲି କୋର୍ଟ ଦର୍ଶାଇଛନ୍ତି। ଏପ୍ରିଲ ୫ରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ରହିଛି। ଜାନୁୟାରୀ ୧୨ରେ ଶୁଣାଣି ସମୟରେ ଏସଆଇଟିର ତଦନ୍ତ ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ।

ପରୀହତ୍ୟା ଅଭିଯୁକ୍ତର ଜାମିନ ଆବେଦନ ଖାରଜ
ନୟାଗଡ଼ : ନୟାଗଡ଼ ଜିଲା ପରୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତର ଜାମିନ ଆବେଦନକୁ ସ୍ଥାନୀୟ ଚିଲେଡ୍ରେନ କୋର୍ଟ ଖାରଜ କରିଛନ୍ତି। ଏପ୍ରିଲ ୧୯ ତାରିଖରେ ଅଭିଯୁକ୍ତର ଚାର୍ଜଫ୍ରେମ ହେବାପରେ ମାମଲାର ଶୁଣାଣି ଆରମ୍ଭ ହେବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories