www.samajalive.in
Friday, December 12, 2025
26.1 C
Bhubaneswar

‘ଗଙ୍ଗୁବାଈ କାଠିଆୱାଡି’କୁ ନେଇ ତେଜିଲା ବିବାଦ; ଭଂସାଲୀ ଓ ଆଲିଆଙ୍କୁ କୋର୍ଟ ସମନ

ମୁମ୍ବଇ: ନିର୍ମାତା-ନିର୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ବଲିଉଡ଼ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡି’କୁ ନେଇ ବିବାଦ ବଢିବାରେ ଲାଗିଛି। ପୂର୍ବରୁ ଫିଲ୍ମକୁ ଲଗାତାର ବିରୋଧ କରାଯାଉଥିବା ବେଳେ ଏବେ ଏହା ଆଇନ ଜାଲରେ ଫସିଯାଇଛି। ମୁମ୍ବଇର ଜଣେ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଆଲିଆ ଭଟ୍ଟ, ନିର୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଏବଂ ୨ ଉପନ୍ୟାସ ଲେଖକଙ୍କ ନାଁରେ ସମନ ଜାରି କରିଛନ୍ତି। ସମସ୍ତଙ୍କୁ ମେ ୨୧ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି। ଚଳଚ୍ଚିତ୍ରକୁ ନେଇ ବାବୁ ରାବଜୀ ଶାହ ନାମକ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଏ ସମସ୍ତଙ୍କ ସମନ ପଠାଯାଇଛି। ଶାହା ଗଙ୍ଗୁବାଈ କାଠିଆୱାଡିଙ୍କ ପୋଷ୍ୟପୁତ୍ର ବୋଲି ଦାବି କରିଛନ୍ତି।

ଏହି ଚଳଚ୍ଚିତ୍ରଟି ହୁସେନ୍ ଜାଇଡିଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ୍ ମୁମ୍ବଇର ଗୋଟିଏ ଅଧ୍ୟାୟ ଉପରେ ଆଧାରିତ। ଶାହଙ୍କ ଅଭିଯୋଗ କରିଛନ୍ତି ଯେ, ଚଳଚ୍ଚିତ୍ରରେ ତାଙ୍କ ପରିବାରକୁ ବଦନାମ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ପୁସ୍ତକରେ ଲେଖାଥିବା କଥା ସତ ନୁହେଁ ବରଂ ଏହି ପୁସ୍ତକ ମିଥ୍ୟା ତଥ୍ୟ ଉପରେ ଆଧାରିତ। ଭଂସାଲୀଙ୍କ ଫିଲ୍ମ ଏହି ପୁସ୍ତକ ଆଧାରିତ, ତେଣୁ ଏହା ବିରୋଧରେ ମାନହାନୀ ମକଦ୍ଦମା କରାଯାଇଛି। ଶାହା ଏହା ପୂର୍ବରୁ ମୁମ୍ବଇର ଏକ ସିଭିଲ କୋର୍ଟରେ ମକଦ୍ଦମା ଦାୟର କରିଥିଲେ, ଯାହାକୁ ଖାରଜ କରାଯାଇଥିଲା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories