www.samajalive.in
Friday, December 12, 2025
19.1 C
Bhubaneswar

ଆରଏସଏସକୁ ‘ସଂଘ ପରିବାର’ କହିବି ନାହିଁ: ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ପାରିବାରିକ ମୂଲ୍ୟବୋଧର ଅଭାବ ଥିବାରୁ ସେ ତାହାକୁ ସଂଘ ପରିବାର ବୋଲି ଆଉ ସମ୍ବୋଧନ କରିବେ ନାହିଁ। ସେ କହିଛନ୍ତି, ମୁଁ ବିଶ୍ୱାସ କରେ ଆରଏସଏସ ଏବଂ ଆନୁଷଙ୍ଗିକ ସଂଗଠନକୁ ସଂଘ ପରିବାର ବୋଲି କହିବା ଠିକ ନୁହେଁ କାରଣ ପରିବାରରେ ମହିଳା ଅଛନ୍ତି, ବୟସ୍କଙ୍କ ପ୍ରତି ସମ୍ମାନବୋଧ ରହିଛି ଓ ସ୍ନେହ ଏବଂ ଦୟା ଭାବନା ରହିଛି କିନ୍ତୁ ତାହା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ନାହିଁ।

ଉତ୍ତରପ୍ରଦେଶର ଝାନ୍ସୀ ଦେଇ ଟ୍ରେନ୍ ଯାତ୍ରା ସମୟରେ ଦୁଇ ଜଣ ନନଙ୍କୁ ବିଜେପିର କିଛି କର୍ମୀ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ପରେ ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ଗାନ୍ଧୀ କହିଥିଲେ ଯେ କେରଳରୁ ଆସିଥିବା ନନଙ୍କ ଉପରେ ୟୁପିରେ ହୋଇଥିବା ଆକ୍ରମଣ ହେଉଛି ସଂଘ ପରିବାର ଦ୍ୱାରା ଏକ ସମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ବିରୁଦ୍ଧରେ ଠିଆ କରିବା ଏବଂ ଅଳ୍ପସଂଖ୍ୟକ ଲୋକଙ୍କୁ ହଇରାଣ କରିବା ଭଳି କାର୍ଯ୍ୟ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories