www.samajalive.in
Sunday, December 7, 2025
16.1 C
Bhubaneswar

୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ ପୋଷ୍ଟମାଷ୍ଟର ସହ ୩ମୃତ, ଜଣେ ଗୁରୁତର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଡିଗସିରା ଏବଂ ରାଣିଗଞ୍ଜ ଯାନୀତୋଟା ନିକଟରେ ବୁଧବାର ୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ପୋଷ୍ଟମାଷ୍ଟର ସହ ୩ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁର୍ଘଟଣା ଖବର ସାରା ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଆଜି ସକାଳେ ପୁରୁଣାକଟକ ଥାନା କଂରଜକଟା ପଂଚାୟତ ତିଲେଇମୁଣ୍ଡା ଗ୍ରାମର ରତ୍ନାକର ବିଶ୍ୱାଳ(୪୮)ବାଇକ ଯୋଗେ ନୂଆପଡାକୁ ବାହାଘର ଭୋଜି ଖାଇବାକୁ ଯାଉଥିଲେ। ଏହି ସମୟରେ ଡିଗସିରା ନିକଟରେ ପୁରୁଣାକଟକ ପଟୁ ଚାରିଛକ ଆଡକୁ ଆସୁଥିବା ଏକ ଫର୍ଣ୍ଣିଚର ବୋଝେଇ ଟାଟା ଏସି ତାଙ୍କୁ ଧକ୍କା ଦେବାରୁ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ରତ୍ନାକରଙ୍କ ୩ଝିଅ ସ୍ତ୍ରୀ ଥିବା ଜଣାପଡିଛି। ଏଭଳି ଦୁଃଖଦ ଘଟଣାର ୪ ଘଣ୍ଟା ନ ପୁରୁଣୁ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ରାଣିଗଞ୍ଜ ନିକଟରେ ଘଟିଥିଲା। ଆଜି ଅପରାହ୍ନ ପ୍ରାୟ ୩.୩୦ସମୟରେ ଆଡେଣିଗଡ ଗ୍ରାମରୁ ଏକ ବିବାହ ଭୋଜି ଖାଇ ମାଧପୁର ଗ୍ରାମର ବିଶ୍ୱନାଥ ସାହୁ(୩୦) ଏବଂ ବିରଂଚି ସାହୁ(୩୦) ଦୁଇ ପୋଷ୍ଟମାଷ୍ଟର ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାଣିଗଞ୍ଜ ଯାନୀତୋଟା ନିକଟରେ ବିପରୀତ ଦିଗ ମାଧପୁର ପଟୁ ଆସୁଥିବା ପଲସର ଗାଡି ଏମାନଙ୍କୁ ଧକ୍କା ଦେବାରୁ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୂ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଆହାତ ହୋଇଥିଲେ। ଗୁରତର ଜଣଙ୍କୁ ପ୍ରଥମେ ବୌଦ୍ଧ ପରେ ବୁର୍ଲା ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ଖବରଲେଖା ହେବା ପର୍ଯ୍ୟନ୍ତ ତାଙ୍କର କୌଣସି ପରିଚୟ ମିଳିନାହିଁ। ଘଟଣାପରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର,ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ଘଟଣାସ୍ଥଳରେ ପଂହଚି ଲୋକଙ୍କୁ ବୁଝାସୁଝା ପରେ ଦୀର୍ଘ ଦୁଇ ଘଂଟାପରେ ରାସ୍ତାରୋକ ହଟିଥିଲା। ମୃତ ପୋଷ୍ଟମାଷ୍ଟରଙ୍କ ମଧ୍ୟରୁ ବିଶ୍ୱନାଥ ସାହୁ  ବାରିଙ୍ଗ ଏବଂ ବିରଂଚି ସାହୁ ମାଧପୁର ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଦୁଇ ଜଣଙ୍କ ଘର ମାଧପୁରରେ ବୋଲି ଜଣାପଡିଛି। ଦୁହେଁ ଅତିଘନିଷ୍ଠ ବନ୍ଧୁଥିଲେ। ମୃତ ବିଶ୍ୱନାଥ ବାପା, ମାଅଙ୍କର ଏକମାତ୍ର ପୁଅ ଏବଂ  ବିରଂଚି ସାହୁ ଘରର ସାନ ପୁଅ ଥିଲେ। ଦୁହେଁ ଏକାସାଙ୍ଗରେ ଚାକିରି ପାଇଥିଲେ। ଦୁଇ ମାସ ତଳେ ମୃତ ବିଶ୍ୱନାଥଙ୍କ ବିବାହ ହୋଇଥିବାବେଳେ ଚଳିତ ମାସରେ ବିରଂଚି ବିବାହ କରିଥିବା ଜଣାପଡିଛି। ଏଭଳି ଦୁଃଖଦ ଘଟଣା ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଳାଇଛି।

 

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories