www.samajalive.in
Saturday, December 6, 2025
23.1 C
Bhubaneswar

ଷ୍ଟୋଭ ଫାଟି ମହିଳା ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଯାଆନ୍ଦାପଶି ଗାଁରେ ଷ୍ଟୋଭ ଫାଟି ଜୈନିକ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ସମୟ ନଅଟା ରୁ ଦଶଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।। ମୃତ ମହିଳା ହେଲେ ଗାଁର କାର୍ତ୍ତିକ ଭୋଇ(୩୮)ଙ୍କ ପତ୍ନୀ ସୀମା ଭୋଇ(୩୦) ରୋଷେଇ କରୁଥିବା ସମୟରେ ଷ୍ଟୋଭ ଫାଟି ଯାଇଥିଲା।ଏହି ସମୟରେ ପିଲାମାନେ ବାହାରେ ଖେଳୁଥିଲେ।ବୋଲି ସୁରକ୍ଷିତ ଅଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘରର ଅନ୍ୟ ସଦସ୍ୟ କାମ କରିବା ପାଇଁ ଯାଇଥିବା ବେଳେ ଦୁର୍ଘଟଣା ହୋଇଥିବାରୁ ପୁଲିସ ସନ୍ଦେହରେ କାର୍ତ୍ତିକଙ୍କୁ ଥାନାକୁ ନେଇଛନ୍ତି।
ସୂଚନା ଯୋଗ୍ୟ , କାର୍ତ୍ତିକ ୫ବର୍ଷ ତଳେ ପର୍ଜଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡେଇଲ ଗାଁ ର ସୀମାଙ୍କୁ ବିବାହ କରିଥିଲେ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ବାପ ଘର ଲୋକ ପହଞ୍ଚିବା ପରେ ପରେ ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ଅଧିକ ତଦନ୍ତ କରାଯିବ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories