www.samajalive.in
Saturday, December 6, 2025
19.1 C
Bhubaneswar

ମଞ୍ଚରେ କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଲେ ମୋଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କାନ୍ଥିରେ ବୁଧବାର ନିର୍ବାଚନୀ ରାଲି ସମୟରେ ମଞ୍ଚ ଉପରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସିଥିଲେ, ଏହି  ସମୟରେ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ତାଙ୍କ ପାଦ ଛୁଇଁବା ଲାଗି ମଞ୍ଚକୁ ଆସିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ତାଙ୍କୁ ପାଦ ଛୁଇଁବାରୁ ରୋକିଥିଲେ ଏବଂ ନିଜେ ସେହି କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁ ଅଭିଭାଦନ କରିଥିଲେ।

ପ୍ରଧାନମନ୍ତ୍ରୀ ଯେଉଁ ନେତାଙ୍କ ପାଦ ଛୁଇଁଥିଲେ ତାଙ୍କ ନାମ ହେଉଛି ଅନୁପ ଚକ୍ରବର୍ତ୍ତୀ। ଅନୁପ କାନ୍ଥିରେ ବିଜେପି ଅଧ୍ୟକ୍ଷ ଅଛନ୍ତି। ପ୍ରଧାନମନ୍ତ୍ରୀ ଅନୁପଙ୍କ ପାଦ ଛୁଇଁବା ସମୟରେ ସେଠାରେ କିଛି ନେତା ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଏହାକୁ ସେମାନେ ଟ୍ବିଟରରେ ଶେୟାର କରିଥିଲେ।

- Advertisement -

ବିଜେପି ପକ୍ଷରୁ ଏହି ଭିଡିଓ ପୋଷ୍ଟ କରାଯାଇ ଲେଖାଯାଇଛି ଯେ, ବିଜେପି ଏଭଳି ଏକ ସୁସଂସ୍କୃତ ସଂଗଠନ, ଯେଉଁଠି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସମାନ ସଂସ୍କାର ଭାବ ରହିଥାଏ। ପଶ୍ଚିମବଙ୍ଗରେ ନିର୍ବାଚନୀ ରାଲି ସମୟରେ ମଞ୍ଚ ଉପରେ ଯେତେବେଳେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ପାଦ ଛୁଇଁବାକୁ ଆସିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ବି ତାଙ୍କ ପାଦ ଛୁଇଁ ଅଭିଭାଦନ କଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories