ଭାରତ-ଇଂଲଣ୍ଡ ମଧ୍ୟରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପ୍ରଥମ ଏକଦିବସୀୟ ମ୍ୟାଚରେ ଇଂଲଣ୍ଡକୁ ଭାରତ ୬୬ ରନରେ ପରାସ୍ତ କରିଛି। ଭାରତର ୩୧୮ ରନର ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ୪୨ ଓଭର ୧ଟି ବଲରେ ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା।
https://youtu.be/jhgtfw4OEN0
ଇଂଲଣ୍ଡର ଜାସନ ରଏ ୪୬, ଜନି ବେୟାରଷ୍ଟୋ ୯୪, ମୋଇନ ଅଲି ୩୦ ଓ ଇଅନ ମୋର୍ଗାନ ୨୨ ରନ ସ୍କୋର କରିଥିଲେ। ସେହିଭଳି ଭାରତ ପକ୍ଷରୁ କ୍ରିଷ୍ଣା ୫୪ ରନ ଦେଇ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ଶାର୍ଦ୍ଦୁଳ ଠାକୁର ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ।
https://youtu.be/wmX6biZhUvw
ଆଜିର ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୨୮, ଧଓ୍ବନ ୯୮ ଓ କୋହଲି ୫୬ ରନ ସ୍କୋର କରିଥିଲେ। ସେହିପରି ରାହୁଲ ୬୨ ଓ ପାଣ୍ଡ୍ୟା ୫୮ ରନ ସ୍କୋର କରିଥିଲେ।ଭାରତ ୫୦ ଓଭରରେ ୫ ଓ୍ବିକେଟ ହରାଇ ୩୧୭ ରନ କରିଥିଲା। ଇଂଲଣ୍ଡର ବେନ ଷ୍ଟୋକ୍ସ ୩ଟି ଓ ମାର୍କ ଉଡ୍ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ।
https://youtu.be/WkN_MGL580E



