www.samajalive.in
Sunday, December 14, 2025
16.1 C
Bhubaneswar

କଟକର ଘରୋଇ ଶିକ୍ଷାନୁଷ୍ଠାନରେ ୧୭ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ଘଟଣା, ଷ୍ଟେନ୍‌ ଜାଣିବାକୁ ସାମ୍ପଲ ସଂଗ୍ରହ

ଭୁବନେଶ୍ବର: କଟକର ଘରୋଇ ଶିକ୍ଷାନୁଷ୍ଠାନରେ ୧୭ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ଘଟଣାରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ବାହାର ରାଜ୍ୟରୁ ଲୋକ ଆସୁଥିବାରୁ ନୂଆ ଷ୍ଟ୍ରେନ୍ ଆଶଙ୍କା କରାଯାଇଛି। ଷ୍ଟ୍ରେନ୍‌ ସମ୍ପର୍କରେ ଜାଣିବାକୁ ୧୭ଜଣଙ୍କ ମଧ୍ୟରୁ ୯ଜଣଙ୍କ ସାମ୍ପଲ ସଂଗ୍ରହ ହୋଇଛି। ଏସ୍‌ସିବି ମାଇକ୍ରୋ ବାୟୋଲୋଜି ବିଭାଗ ଦ୍ବାରା ସାମ୍ପଲ ସଂଗ୍ରହ ହୋଇଥିବାବେଳେ ସଂଗୃହିତ ସାମ୍ପଲକୁ ଭୁବନେଶ୍ବରସ୍ଥିତ ଆର୍‌ଏମ୍‌ଆର୍‌ସିକୁ ପଠାଯିବ। କଟକର ଘରୋଇ ଶିକ୍ଷାନୁଷ୍ଠାନରେ ୧୭ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ଷ୍ଟ୍ରେନ୍‌ ଜାଣିବା ଲାଗି ସାମ୍ପଲ୍‌ ଆର୍‌ଏମ୍‌ଆର୍‌ସିକୁ ପଠାଯିବ ବୋଲି ସିଏମ୍‌ସିର ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ କଟକରେ ଗତ ୨ ଦିନରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ପୁଣି ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ଶିକ୍ଷାନୁଷ୍ଠାନର କର୍ମଚାରୀ ବୋଲି ଜଣାପଡିଛି। ତେଣୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଏବେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯିବ। ଟ୍ରେସିଂ ପରେ ସେମାନେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ସେନେଇ ସୂଚନା ମିଳିବ। କଲେଜର ଜଣଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟମାନଙ୍କ ଟେଷ୍ଟ କରାଯାଇଥିଲା। ଏହାପରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
କଟକ ଲିଙ୍କ‌ରୋଡ଼ ସ୍ଥିତ ଘରୋଇ କଲେଜରେ ଗତ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁଣି ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ସଂକ୍ରମିତ ଚିହ୍ନଟ ହୋଇଥିଲେ। । ଗୁରୁବାର ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସମସ୍ତ ସଂକ୍ରମିତ ଗୋଟିଏ ହଷ୍ଟେଲର ବୋଲି ସୂଚନା ମିଳିଥିଲା। ଅପରପକ୍ଷରେ ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ କରାଯାଇଛି। ଆକ୍ରାନ୍ତମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସେମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ ଚାଲିଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories