www.samajalive.in
Sunday, December 14, 2025
18.1 C
Bhubaneswar

ଭୁବନେଶ୍ବରରେ ସ୍ଥିତି ଗମ୍ଭିର ହୋଇନାହିଁ, ନିୟନ୍ତ୍ରଣରେ ରହିଛି:ବିଏମ୍‌ସି କମିଶନର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଦୋଳ ଓ ହୋଲି ପାଇଁ କଟକଣା ଜାରି କରାଯାଇଛି। କଟକଣା ଜାରି ସମ୍ପର୍କରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରାଯାଇପାରିବ ନାହିଁ। ଦୋଳ ମେଳଣରେ କଟକଣା ଲଗାଯାଇଥିବାବେଳେ ପ୍ରତି ଠାକୁରଙ୍କ ପାଇଁ ୪/୫ଜଣଙ୍କୁ ଅନୁମତି ଦିଆଯାଇଛି। ଗୋଟିଏ ସ୍ଥାନରେ ୬୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। ଦୋଳ ବିମାନରେ ବି କଟକଣା; ଏକାଠି ୧୦ଟି ବିମାନ ଆସିବାକୁ ଅନୁମତି। ଭୁବନେଶ୍ବରରେ ସ୍ଥିତି ଗମ୍ଭିର ହୋଇନାହିଁ, ନିୟନ୍ତ୍ରଣରେ ରହିଛି; କିନ୍ତୁ ଗାଇଡ୍‌ଲାଇନ୍‌ ନ ମାନିଲେ ସ୍ଥିତି ଗମ୍ଭିର ହୋଇପାରେ ବୋଲି ବିଏମ୍‌ସି କମିଶନର ପ୍ରକାଶ କରିଛନ୍ତି।


ଚଳିତମାସ ଶେଷ ସପ୍ତାହରେ ହେବାକୁ ଥିବା ଦୋଳଯାତ୍ରା ଓ ହୋଲି ପର୍ବ ପାଳନ ଉପରେ ଆଜି ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି। ଦୋଳ ଓ ହୋଲି ପାଇଁ ପୃଥକ ପୃଥକ୍ ନିୟମ ରହିବ। ଭୁବନେଶ୍ବରରେ ସର୍ବସାଧାରଣରେ ହୋଲି ଖେଳିବା ମନା। ନିଜ ଘରେ ପରିବାର ସଦସ୍ୟଙ୍କ ସହ ଲୋକେ ହୋଲି ଖେଳିପାରିବେ। ତେବେ ଭୁବନେଶ୍ବରରେ ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ। ତେଣୁ ରାଜଧାନୀରେ ରଙ୍ଗଦୋକାନ ଖୋଲିବା ପାଇଁ ମନାନାହିଁ। ରଙ୍ଗଦୋକାନ ଖୋଲିବା ପାଇଁ ବ୍ୟବସାୟୀ ବିଏମ୍‌ସିକୁ ଅନୁମତି ମାଗିବ ଏବଂ ଅନୁମତି ପାଇବା ପରେ ରଙ୍ଗଦୋକାନ ଖୋଲିପାରିବ। ଏଣେ ଦୋଳଯାତ୍ରାରେ ପ୍ରତ୍ୟେକ ବିମାନ ସହ ସର୍ବାଧିକ ୫ରୁ୬ଜଣଙ୍କୁ ଅନୁମତି ଦିଆଯାଇଛି। ଏସଆରସିଙ୍କ ଦ୍ୱାରା ଜାରି ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସେ କହିଛନ୍ତି । ମେଳଣ ସ୍ଥାନରେ ଏକାସାଙ୍ଗରେ ନୁହଁ ବରଂ ପର୍ଯ୍ୟାୟ କ୍ରମେ ଆସିବ ବିମାନ। ମେଳଣରେ ମଧ୍ୟ ସର୍ବାଧିକ ୫୦ରୁ୬୦ଜଣଙ୍କୁ ଅନୁମତି ଦିଆଯିବ। ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।
ରାଜ୍ୟରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଶହେ ପାର କରିଛି। ଉଭୟ କଟକ ଓ ଭୁବନେଶ୍ୱରରେ ସଂଖ୍ୟା ବୃଦ୍ଧି ପାଇଛି। ଏଣୁ ଅସାବଧାନତା ନୁହଁ ବରଂ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଜରୁରୀ। ଭୁବନେଶ୍ୱରରେ ଦୁଇଜଣ ବିଦେଶୀ ଫେରନ୍ତା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଛି ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।
ଅପରପକ୍ଷରେ ଭୁବନେଶ୍ବରରେ ଆଜି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ଜଣେ ଏବଂ ଲୋକାଲ୍‌ କଣ୍ଟାକ୍ଟ କେସ୍ ୧୩ଜଣ ରହିଛନ୍ତି। ପଟିଆ ଅଞ୍ଚଳରୁ ସର୍ବାଧିକ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖାରବେଳନଗର, ପାତ୍ରପଡ଼ା, ଶାମପୁର, ଶାସ୍ତ୍ରୀନଗର, ସୁନ୍ଦରପଦା, ୟନିଟ ୪ ଓ ୟୁନିଟ୍‌ ୬ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୩୨୧୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୧୭୮୧ଜଣ ସୁସ୍ଥ ହୋଇଛନ୍ତି ଓ ୮୧ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେବେ ୨୫୦ଜଣଙ୍କ ମୃତ୍ୟୁ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories