www.samajalive.in
Monday, December 8, 2025
16.1 C
Bhubaneswar

ରାତି ପାହିଲେ ମର୍ଡର, ପୂର୍ଣ୍ଣଛେଦ ପଡ଼ିପାରୁନି ଅପରାଧରେ

ରେଙ୍ଗାଲି କ୍ୟାମ୍ପ : ଅପରାଧ ତାର କାୟା ବିସ୍ତାର କରିଚାଲିଛି ଅତାବିରା ଅଞ୍ଚଳରେ। ଗୋଟିଏ ପରେ ଗୋଟିଏ ହତ୍ୟା ଆଉ ମର୍ଡର। ଆତଙ୍କ ଖେଳିଯାଇଛି ଅଞ୍ଚଳରେ। ପୁଲିସ ଶୃଙ୍ଖଳାର ପରିସୀମା ଧିରେ ଧିରେ ଅପସରି ଯାଉଛି। ଆଜି ପୁଣି ଏକ ମର୍ଡର ଘଟଣା ସାମ୍ନାକୁ ଆସିଛି। ଘଟଣା ଘଟିଛି ଅତାବିରା ବ୍ଲକ ସିଂହପାଲି ଗ୍ରାମରେ। ଏକ ବନ୍ଦ କୋଠରୀ ଭିତରୁ ପୁଲିସ ଏକ ମୃତଦେହ ଉଦ୍ଧାର କରିଛି।

ଘଟଣା ସୂତ୍ରରୁ ଜଣାପଡିଛି ଯେ, ସିଂହପାଲିର କିଛି ଲୋକ ବଙ୍ଗଳା ଇଟା ଗଢୁଛନ୍ତି। ତେଣୁ ରାୟଗଡ଼ ଜିଲ୍ଲାର ସେଶୁଁଆ ଥାନା ଅନ୍ତର୍ଗତ ମାନପାସରା ଗ୍ରାମର ମୁନିରାମ୍(୪୫) ତାର ସ୍ତ୍ରୀ ସହିତ ଇଟା ଗଢ଼ିବା ପାଇଁ ଏହି ଗ୍ରାମକୁ କିଛିଦିନ ପାଇଁ ଆସିଥିଲା। ହେଲେ ଲୋକଙ୍କ ସହ କାମ କରୁ କରୁ ସେ ଏଠାରେ ଦୀର୍ଘ ଦିନ ଧରି ରହିଗଲା। ସେ ମଦ ପିଇ ସବୁବେଳେ ତା ସ୍ତ୍ରୀ ସହ ଝଗଡ଼ା କରୁଥିଲା। ଏହା ଜାଣି ତାର ଶ୍ଵଶୁର ଆସି ନିଜ ଝିଅକୁ ନେଇ ଗତ ରବିବାର ଦିନ ଚାଲିଯାଇଥିଲେ। ଗ୍ରାମର ଆଉ ଏକ ବ୍ୟକ୍ତି ରମେଶ ଭୁଏ ମଧ୍ୟ ତା ସ୍ତ୍ରୀଠାରୁ ଅଲଗା ରହୁଥିଲା। ରମେଶ ଜଣେ ଦିବ୍ୟାଂଗ। ସିଲେଇ କାମ କରି ପେଟ ପୋଷେ। ସେ ଗୋଟିଏ ଇନ୍ଦିରା ଆବାସ ଘର ତିଆରି କରୁଥିଲା ତେଣୁ ସେ ମୁନିରାମ ସହ ଗ୍ରାମର ସହରାପଡା ଭାଗବତ ମନ୍ଦିରକୁ ଲାଗିରହିଥିବା ଦେବାର୍ଚନ ଭୁଏ(ଗୁଣ୍ଡୁ)ଙ୍କ ଘରେ ଭଡ଼ାରେ ରହୁଥିଲେ। ଉଭୟେ ମଦ ପିଅନ୍ତି । ଅନ୍ଧାର ହେବା ପରେ ସେ ଘର ଗୋଟେ ପ୍ରକାର ମଦର ଓ ମାଛ ମାଂସର ଆଡ୍ଡାସ୍ଥଳୀ ଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

- Advertisement -

ଗତ ଦୁଇଦିନ ଧରି ସେ ଘରେ ତାଲା ପଡ଼ିଥିବା ଲୋକେ କୁହନ୍ତି। କିନ୍ତୁ ଗତକାଲି ଘର ଭିତରୁ କିଛି ଦୁର୍ଗନ୍ଧ ଆସୁଥିବା ନେଇ ଆଖ ପାଖର ଲୋକେ ପରସ୍ପର ମଧ୍ୟରେ କୁହା କୁହି ହୋଇଥିଲେ। ରମେଶ ଗାଁରେ ବୁଲୁଥିବା ଦେଖି ତାକୁ ତାଲା ଖୋଲିବାପାଇଁ କହିଥିଲେ। ହେଲେ ରମେଶ ଚାବି ହଜିଯାଇଛି ବୋଲି କହି କଥାକୁ ଟାଳି ଦେଇଥିଲା। ସନ୍ଧ୍ୟାରେ ଦୁର୍ଗନ୍ଧ ଅଧିକ ହେବାରୁ ଘଟଣା ଗାଁ ସାରା ପ୍ରଚାରିତ ହେବା ପରେ ଲୋକେ ଅତାବିରା ପୁଲିସକୁ ଖବର ଦେଇଥିଲେ। କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ତାଲା ଭାଙ୍ଗି ଦେଇଥିଲେ। ପରେ ଅତାବିରା ପୁଲିସ ପହଞ୍ଚି ଭିତରେ ଏକ ମୃତଦେହ ଥିବା ଦେଖିଥିଲା। କିନ୍ତୁ ସନ୍ଧ୍ୟା ହୋଇଥିବାରୁ ଦୁଇଜଣ କନେଷ୍ଟବଳଙ୍କୁ ମୁତୟନ କରି ଦେଇ ଚାଲି ଆସିଥିଲା। ଆଜି ଦିନ ପ୍ରାୟ ୧୨ଟାରେ ବରଗଡ଼ ପୋଲିସ ଏସଡିପିଓ ପ୍ରଦୀପ କୁମାର ଗଛାୟତ୍, ଅତାବିରା ଏସ ଆଇ ସୁଷମା ପଶାୟତ, ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ ଓ ବଲାଙ୍ଗୀର ର ସାଇଣ୍ଟିଫିକ ଅଧିକାରୀ ଡ଼ଃ ପ୍ରକାଶ କୁମାର ମଲ୍ଲିକ ଓ ତିନି ଜଣ ସାଥୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ତାହା ମୁନୀରାମ ବୋଲି ଜଣାପଡିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହାକୁ ନେଇ ଅତାବିରା ଥାନାରେ କେସ ନମ୍ବର ୭୩ ତା୧୮/୨୦୨୧ ରେ ଏକ କେଶ୍ ରୁଜୁ ହୋଇଥିବା ଜଣା ପଡ଼ିଛି। ସାଥିରେ ରହୁଥିବା ରମେଶ କାଲିଠାରୁ ଫେରାର ଅଛି।ହେଲେ ମୁନୀରାମକୁ କିଏ ମାରିଛି? ଏହି ହତ୍ୟା ପଛରେ କି ରହସ୍ୟ ରହିଛି ତାହା ଜଣାପଡ଼ିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୁନିରାମକୁ କିପରି ହତ୍ୟା କରାଯାଇଥିଲା ଜଣାପଡ଼ିବ। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତେବେ ଅଞ୍ଚଲରେ ଅବାଧ ମଦ କାରବାର ଚାଲୁଥିବାରୁ ଏମିତି ଅପରାଧ ବଢ଼ିଚାଲିଛି।ଅନେକ ଯୁବକ ଏଥିରେ ଲିପ୍ତ ହୋଇ ତାଙ୍କର ଭବିଷ୍ୟତ ଅନ୍ଧାର କରୁଛନ୍ତି। ଚୋରି ଡକାୟତି ସାଙ୍ଗକୁ ଏବେ ୧୫ଦିନ ମଧ୍ୟରେ ତିନି ତିନିଟି ହତ୍ୟାକାଣ୍ଡ ଘଟିଲାଣି। ଅଣାୟତ୍ତ ହେଉଛି ଅପରାଧ। ତେବେ ଦେଖାଯାଉ କେବେ ଏହାର ପୂର୍ଣ୍ଣଛେଦ ପଡୁଛି?

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories