www.samajalive.in
Sunday, December 7, 2025
14.1 C
Bhubaneswar

ବିପଦପୂର୍ଣ୍ଣ ଅବସ୍ଥାରେ ରାମଗଡ କଳାଖଣ୍ଡି ପୋଲ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ଜଗନ୍ନାଥସଡକ ଉପରେ ରହିଥିବା ରାମଗଡ କଳାଖଣ୍ଡି ପୋଲ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପୋଲର ଉଭୟ ପାର୍ଶ୍ବରେ ରହିଥିବା ସପୋର୍ଟିଂ ୱାଲ ଭୁଶୁଡିପଡିଥିବା ବେଳେ ଆପ୍ରୋଚ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି।

ପ୍ରକାଶ ଯେ, ଗତ ୨୦୧୧-୧୨ରେ ବିଜୁ ସେତୁ ଯୋଜନାରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପକ୍ଷରୁ ୩କୋଟି ଟଙ୍କା ବ୍ୟୟବରାଦରେ ଏହି ପୋଲ ନିର୍ମାଣ କାର୍ଯ୍ୟ ସଂପାଦନ ହୋଇଥିଲା। ମାତ୍ର ଅତି ତରବରିଆ ଭାବେ ବିନା ଆପ୍ରୋଚ ରୋଡ ଜମି ଅଧିଗ୍ରହଣରେ ଏହାର ନିର୍ମାଣ କାର୍ଯ୍ୟ କରାଯାଇଥିଲା। ଯାହାଫଳରେ ପୋଲ କାର୍ଯ୍ୟ ଶେଷର ୮ବର୍ଷ ପରେ ବି ଲୋକଙ୍କ ଯାତାୟତ ସୁବିଧାରେ ଅନ୍ତରାୟ ସୃଷ୍ଟି ହୋଇଥିଲା। ମାତ୍ର କିଛିଦିନ ତଳେ ଜମି ଅଧିଗ୍ରହଣ କାର୍ଯ୍ୟ ସରିଥିଲେ ମଧ୍ୟ ଦୁଇ ପାର୍ଶ୍ବରେ ରହିଥିବା ଆପ୍ରୋଚ ରୋଡରେ ବିନା ପଥରପ୍ୟାକିଂରେ ତରବରିଆଭାବେ ମାଟିପକାଇ ତାଳିପକା କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଛି। ଗତ ବର୍ଷାରେ ଆପ୍ରୋଚ ରାସ୍ତା ପାଇଁ ପଡିଥିବା ମାଟି ଧୋଇହୋଇ ବଭିନ୍ନ ସ୍ଥାନରେ ବଡ ବଡ ଫାଟ ସୃଷ୍ଟି ହୋଇ ଏବେ ପଥଚାରୀଙ୍କ ପାଇଁ ବିପଦ ପାଲଟିଛି। ଆପ୍ରୋଚ ରୋଡକୁ ସଂଯୋଗ କରୁଥିବା ସପୋର୍ଟିଂ ୱାଲରୁ ମାଟି ସବୁ ଧୋଇହୋଇ ଭୁଶୁଡିବା ଭଳି ଅବସ୍ଥାରେ ରହିଛି। ଯାହାଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ୫୫ଟି ଗାଁ ଲୋକଙ୍କ ପାଇଁ କଳାଖଣ୍ଡି ପୋଲ ବିପଦପୂର୍ଣ୍ଣ ହୋଇ ରହିଛି।

- Advertisement -

ସୂଚନା ଥାଉ କି, ପୋଲ କାର୍ଯ୍ୟ ଶେଷ ହେବାର ୯ବର୍ଷ ପରେ ଆପ୍ରୋଚ ରୋଡ ପାଇଁ ଜମିଅଧିଗ୍ରହଣ ହୋଇଥିଲା। ଯାହାର ଫାଇଦା ଉଠାଇ ଠିକାସଂସ୍ଥା ଅତି ନିମ୍ନମାନର ଆପ୍ରୋଚ ରାସ୍ତା ନିର୍ମାଣ କରିଥିବାରୁ ଏଭଳି ଶୋଚନୀୟ ଅବସ୍ଥା ସୃଷ୍ଟି ହୋଇଥିବା ସାଧାରଣରେ ମତପ୍ରକାଶ ପାଉଛି। ତୁରନ୍ତ ଏ ଦିଗରେ ଗ୍ରାମ୍ୟଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories