www.samajalive.in
Friday, December 12, 2025
16.1 C
Bhubaneswar

ଟିକସ ବୋଝ: ଆଦାୟ ଯେତିକି, ବକେୟା ସେତିକି

ଭୁବନେଶ୍ବର: ବ୍ୟବସାୟୀ, ଆପାର୍ଟମେଣ୍ଟ ଆଦି ମାଲିକଙ୍କ ପାଖରେ କୋଟି କୋଟି ଟଙ୍କା ହୋଲ୍‌ଡିଂ ଟିକସ ବାକି ପଡ଼ିଛି। ଦୀର୍ଘବର୍ଷ ହେଲା ୬୭ଟି ୱାର୍ଡରେ ପ୍ରାୟ ୪୪କୋଟି ହୋଲ୍‌ଡିଂ ଟିକସ ବାକି ଥିବାବେଳେ ଅସୁଲ କରିବାକୁ ବିଏମ୍‌ସିକୁ ନାକେଦମ ହେବାକୁ ପଡ଼ଛି। ଖିଲାପକାରୀଙ୍କ ନାଁରେ ପ୍ରତବର୍ଷ ବିଏମ୍‌ସି ସହରର ପ୍ରମୁଖ ଛକରେ ବଡ଼ବଡ଼ ହୋର୍ଡିଂ ଲଗାଉଛି। ପ୍ରଚାର ଗାଡ଼ି ବୁଲୁଛି। ବକେୟା ଟିକସ ନ ଦେଲେ ପାଣି, ବିଦ୍ୟୁତ ଆଲୋକ ବନ୍ଦ ସହ ପ୍ରତିଷ୍ଠାନ ସିଲ୍‌ କରିବାକୁ ଚେତାବନୀ ଦିଆଯାଉଛି। ଗତବର୍ଷଠାରୁ ବଡ଼ ଖିଲାପକାରୀଙ୍କଠାରୁ ବକେୟା ସଂଗ୍ରହ କରିବାକୁ କିନ୍ନର ଗ୍ରୁପ୍‌କୁ ଦାୟିତ୍ବ ଦିଆଯାଇଛି। ଏହାସହ ବିଏମ୍‌ସି ବାଣିଜ୍ୟ ମେଳା କରି ଟିକସ ସଂଗ୍ରହ କରୁଛି। ହେଲେ ବକେୟା ଆଶାନୁରୂପ ଆଦାୟ ହୋଇପାରୁ ନାହିଁ। ଅନ୍ୟପଟେ କୋଭିଡ ସମୟରେ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ପଡ଼ିଥିଲେ ମଧ୍ୟ ବିଏମ୍‌ସି ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ଏହାକୁ ସାଧାରଣ ଜନତା ବିରୋଧ କରିବା ପରେ ସୋମବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସ୍ଥଗିତ ରଖିଛନ୍ତି। ଏ ସମ୍ପର୍କରେ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଚୂଡ଼ାନ୍ତ ରାୟ ପର୍ଯ୍ୟନ୍ତ ବର୍ଦ୍ଧିତ ଟିକସ ସଂଗ୍ରହ ସ୍ଥଗିତ ରହିଛି।


ହୋଲ୍‌ଡିଂ ଟିକସରୁ ପ୍ରତିବର୍ଷ ବିଏମ୍‌ସି ପ୍ରାୟ ୫୦ କୋଟି ସଂଗ୍ରହ କରିଥାଏ। ୨୦୧୯-୨୦ରେ ‌ମୋଟ ୭୫କୋଟି ୯ହଜାର , ୩୯୫ ଟିକସ ସଂଗ୍ରହ ହୋଇଥିବାବେଳେ ସେଥିରୁ ହୋଲ୍‌ଡିଂ ଟିକସ ୪୭କୋଟି ୪୨ ଲକ୍ଷ ୫ହଜାର ୪୯୮ ଆଦାୟ ହୋଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ମୋଟ ଟିକସରେ ହୋଲ୍‌ଡିଂ ଟିକସ ସିଂହ ଭାଗ। ଅନ୍ୟପଟେ ପ୍ରତିବର୍ଷର ବକେୟା ହୋଲ୍‌ଡିଂ ଟିକସ ବଢ଼ିବଢ଼ି ଚାଲଛି। ବର୍ତ୍ତମାନ ବକେୟା ମୋଟ ୪୩ କୋଟି ୫୦ ଲକ୍ଷ ,୫୯ ହଜାର ,୨୫୦ ହୋଇଛି। ୮୦୪ଟି ଘରୋଇ ହୋଲ୍‌ଡିଂ ଉପରେ ଉକ୍ତ ବକେୟା ରାଶି ରହିଛି। ଗୋଟିଏ ଗୋଟିଏ ହୋଲ୍‌ଡିଂରେ ଲକ୍ଷାଧିକ ଟଙ୍କା ବାକି ଥିବାବେଳ ପ୍ରାୟ ଅଧିକାଂଶ ହୋଲ୍‌ଡିଂ ଉପରେ ୨୫ ହଜାର ଟଙ୍କାରୁ ଊର୍ଦ୍ଧ୍ବ ବକେୟା ରହିଛି। ଏଥିମଧ୍ୟରୁ ଦକ୍ଷିଣ-ପୂର୍ବ ଜୋନ୍‍ରେ ୩୪୧ଟି, ଦକ୍ଷିଣ-ପଶ୍ଚିମ ଜୋନ୍‍ରେ ୨୨୧ଟି ଏବଂ ଉତ୍ତର ଜୋନ୍‍ରେ ୨୪୨ଟି ହୋଲ୍‌ଡିଂ ରହିଛି। ଦକ୍ଷିଣ-ପୂର୍ବ ଜୋନ୍‍ରେ ୯,୬୪,୦୬,୦୩୯ ଟଙ୍କା ବାକି ପଡ଼ିଥିବା ବେଳେ ଦକ୍ଷିଣ-ପଶ୍ଚିମ ଜୋନ୍‍ରେ ଏହାର ପରିମାଣ ୧୦,୯୨,୦୬,୧୯୦ ଏବଂ ଉତ୍ତର ଜୋନ୍‍ରେ ସର୍ବାଧିକ ୨୨,୯୪,୪୭,୦୨୧ଟଙ୍କା ବକେୟା ରହିଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ବଡ଼ ଖିଲାପକାରୀଙ୍କଠାରୁ ବକେୟା ହୋଲ୍‌ଡିଂ ଟିକସ ଆଦାୟ କରିବାକୁ ଗତବର୍ଷ ବିଏମ୍‌ସି ଟି.ଜି ସ୍ୱୀକୃତି ଗ୍ରୁପ୍‍କୁ ଦାୟିତ୍ୱ ଦେଇଥିଲା। କରୋନା ସମୟ‌େର ସେମାନେ ଘର ଘର ବୁଲି ବକେୟା ହୋଲ୍‌ଡିଂ ଟିକସ ସଂଗ୍ରହ କରିପାରି ନ ଥିଲେ । ଏବେ କିଛିଦିନ ହେଲା ସେମାନେ ଟିକସ ଆଦାୟ କରୁଛନ୍ତି। ପ୍ରାୟ ୩କୋଟି ଟଙ୍କା ବକେୟା ଆଦାୟ ହୋଇଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି। ସାଧାରଣରେ ଅଭିଯୋଗ ହୋଇଛି, ପ୍ରତିବର୍ଷ ଯେତିକି ହୋଲ୍‌ଡିଂ ଟିକସ ଆଦାୟ ହୁଏ, ସେତିକି ବକେୟା ରହିଛି। ବିଏମ୍‌ସି ବକେୟା ଟିକସ ଆଦାୟ କରିବାକୁ ଉପଯୁକ୍ତ ପଦକ୍ଷେପ ନେଇଥିଲେ ସଫଳ ମିଳିଥାନ୍ତା। ବର୍ତ୍ତମାନ କୋଭିଡ ସମୟରେ ସାଧାରଣ ଜନତାଙ୍କଠାରୁ ବର୍ଦ୍ଧିତ ଆକାରରେ ହୋଲ୍‌ଡିଂ ଟିକସ ଆଦାୟ କରି ନିଅଣ୍ଟ ରାଜସ୍ବ ଭରଣା କରିବାକୁ ଆବଶ୍ୟକ ପଡ଼ି ନ ଥାନ୍ତା।

- Advertisement -

ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଫେରିବ: କମିସନର
ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଦାୟ ସ୍ଥଗିତ କରିବାକୁ ସରକାର ନିଷ୍ପତ୍ତି ନେଇଛି। କୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିବା ପରେ ସରକାର ଯାହା ନିଷ୍ପତ୍ତି ନେବେ। ବର୍ଦ୍ଧିତ ହୋଲ୍‌ଡିଂ ଟିକସ ପୈଠ କରିଥିବା କରଦାତାଙ୍କୁ ଫେରସ୍ତ କିମ୍ବା ତାଙ୍କର ଆଗାମୀ ବର୍ଷରେ ଟିକସରୁ କଟାଯିବାକୁ କୋର୍ଟ କିମ୍ବା ସରକାର ନିର୍ଦେଶ ଦେଲେ ତାହା ଅନୁପାଳନ କରାଯିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି। ଭୁବନେଶ୍ବରରେ ୧୯୯୮ରୁ ଟିକସ ବୃଦ୍ଧି ହୋଇନାହିଁ। ସମ୍ପତ୍ତି କର ଲାଗୁ କରିବାକୁ ସରକାର ନିଷ୍ପତ୍ତି କରିଥିବାବେଳେ ଏହା ବିରୋଧରେ କୋର୍ଟରେ ମାମଲା ହୋଇଥିଲା। ୨୦୧୦ରୁ ଉକ୍ତ ନିଷ୍ପତ୍ତି ସ୍ଥଗିତ ରହିଛି ବୋଲି ଶ୍ରୀ ଚୌଧରୀ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories