www.samajalive.in
Monday, December 8, 2025
27.1 C
Bhubaneswar

ନନ୍ଦନକାନନ ନୌକାବିହାରରେ ଅବ୍ୟବସ୍ଥା, ପ୍ୟାଡେଲ ବୋଟ୍‌ରେ ଶିଶୁ ପର୍ଯ୍ୟଟକ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା େହାଇଛି। ହେଲେ ଏହି ଯୋଜନାରେ ବହୁ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ଶିଶୁ ଉଦ୍ୟାନ, ସଫାରୀ ଓ ଶିଶୁ ରେଳଗାଡ଼ି ଆରମ୍ଭ େହାଇପାରି ନାହିଁ। ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିବା ନୌକା ବିହାର (ବୋଟିଂ) ବ୍ୟବସ୍ଥା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିନାହିଁ। କୋଭିଡ ମହାମାରୀ କାରଣରୁ ପ୍ରାଣୀଉଦ୍ୟାନ ଗତ ମାର୍ଚ୍ଚ ମାସରୁ ବନ୍ଦ ରହି ଅକ୍ଚୋବର ୪ରେ ଖୋଲାଯାଇଥିଲା। ଉଦ୍ୟାନ ଖୋଲିବାର ଦୀର୍ଘ ତିନିମାସ ପରେ ଅର୍ଥାତ୍ ଚଳିତ ବର୍ଷ ଜାନୁଆରୀ ମାସରୁ େବାଟିଂ ପାଇଁ ଅନୁମତି ମିଳିଥିଲା। ନନ୍ଦନକାନନ ପ୍ରାଣୀ ଓ ବଟାନିକାଲ ଗାର୍ଡେନ ମଝିରେ ଥିବା କାଞ୍ଜିଆ ହ୍ରଦରେ ବୋଟିଂ ବେଳେ ଉଭୟ ଉଦ୍ୟାନର ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆମୋଦିତ କରିଥାଏ। ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ବୋଟିଂ ପାଇଁ ବ୍ୟବସ୍ଥା ଥିଲାବେଳେ ବଟାନିକାଲ ଗାର୍ଡେନ ବୋଟିଂ ସ୍ଥଳ ବନ୍ଦ ରହିଛି। ପ୍ରାଣୀଉଦ୍ୟାନ ବୋଟିଂ ସ୍ଥଳରେ ଦୁଇ ଓ ଚାରି ଆସନ ବିଶିଷ୍ଟ ୨୦ଟି ପ୍ୟାଡେଲ ବୋଟ୍‌ ଓ ଏହା ସହ ଗୋଟିଏ କାତ ମରା ବା ଆହୁଲା ପରିବାର ଚଳାଇବାକୁ ଅନୁମତି ମିଳିଛି। ବାସ୍ତବରେ ଦୁଇ ଓ ଚାରି ଆସନ ବିଶିଷ୍ଟ ପ୍ୟାଡେଲ ବୋଟ୍‌ ଚାଲୁଥିବା ସମୟରେ ଦୁଇଟି ଛଅ ଆସନ ବିଶିଷ୍ଟ ପ୍ୟାଡେଲ ବୋଟ୍‌ ଚାଲୁଥିବା ଦେଖିବାକୁ ମିଳିଛି। ସେଥିରେ ୧୨ ବର୍ଷରୁ କମ୍‌ ବୟସର ଶିଶୁମାନେ ବୟସ୍କଙ୍କ ସହ ବୋଟିଂ କରୁଛନ୍ତି। ଏପରିକି ଛଅ ଆସନ ବିଶିଷ୍ଟ ବୋଟ୍‌ରେ ୭ରୁ ୮ଜଣ ବୋଟିଂ କରୁଛନ୍ତି। ୨ ଓ ୪ ଆସନ ବିଶିଷ୍ଟ ବୋଟ୍‌ ଚାଲିବା ପାଇଁ ଅନୁମତି ଥିବା ସମୟରେ ୬ ଆସନ ବିଶିଷ୍ଟ ବୋଟ୍‌ କିଭଳି ଚାଲୁଛି? ବୋଟିଂ କାର୍ଯ୍ୟ ତଦାରଖ ପାଇଁ କର୍ତ୍ତୃପକ୍ଷ ଜଣେ ରେଞ୍ଜରଙ୍କୁ ଦାୟିତ୍ବ ଦେଇଛନ୍ତି। ଏହା ସହିତ ସେଠାରେ ସିସି କ୍ୟାମେରା ଲାଗିଛି। ଏସବୁ ସତ୍ତ୍ବେ ଏଭଳି ବେଆଇନ କାର୍ଯ୍ୟ ସମ୍ପର୍କରେ କର୍ତ୍ତୃପକ୍ଷ କିପରି ଜାଣିପାରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବୋଟିଂ ଦାୟିତ୍ବରେ ଥିବା ରେଞ୍ଜର ସ୍ବାଗତିକା ସାହୁ କହିଛନ୍ତି, ୬ ଆସନ ବିଶିଷ୍ଟ ପ୍ୟାଡେଲ ବୋଟ୍‌କୁ ଆମେ ଫ୍ୟାମିଲି ବୋଟ୍‌ ବୋଲି କହୁଛୁ। ତେବେ ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ମିଳିଥିବା ସୂଚନା ଅନୁସାରେ କେବଳ ଦୁଇ ଓ ଚାରି ଆସନ ବିଶିଷ୍ଟ ପ୍ୟାଡେଲ ବୋଟ୍‌ ଓ ଗୋଟିଏ କାତମରା ବା ଆହୁଲା ଫ୍ୟାମିଲ ବୋଟ୍‌ ବ୍ୟବହାର କରାଯିବା ପାଇଁ ନିୟମ ରହିଛି। ଏଥିରେ କୌଣସି ପରିବର୍ତ୍ତନ ବା ଆଧୁନିକୀକରଣ କରାଯାଇ ପାରିବ ନାହିଁ। ଏପରି ସ୍ଥଳେ ୬ଆସନ ବିଶିଷ୍ଟ ପ୍ୟାଡେଲ ବୋଟ୍‌ ଆସିଲା କେଉଁଠୁ ଏବଂ କିଏ ଚଳାଇବା ପାଇଁ ଅନୁମତି ଦେଲା େବାଲି ସାଧାରଣରେ ଆେଲାଚନା େହଉଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories