www.samajalive.in
Monday, December 8, 2025
14.1 C
Bhubaneswar

ବୁର୍ଲା ସହରର ପ୍ଲାନେଟୋରିୟମ ନିକଟରେ ହେବ ଟେକ୍ନୋଲୋଜି ପାର୍କ

ବୁର୍ଲା: ବହୁଦିନର ପରିଶ୍ରମ ଫଳପ୍ରଦ ହେବାକୁ ଯାଉଛି। ସମ୍ବଲପୁର ମହାନଗର ନିଗମ ଅର୍ନ୍ତଭୁକ୍ତ ବୁର୍ଲା ସହରର ପ୍ଲାନେଟୋରିୟମ ନିକଟରେ ଟେକ୍ନୋଲୋଜି ପାର୍କ ନିର୍ମାଣ କରାଯିବା ପାଇଁ ଚୁଡ଼ାନ୍ତ ହୋଇଥିବା ସମ୍ବଲପୁର ତହସିଲଦାର ଲକ୍ଷ୍ମଣ ଅମାତ ସୁଚନା ଦେଇଛନ୍ତି। ଏପରିକି ଜମି ମଧ୍ୟ ରାଜସ୍ୱ ବିଭାଗ ତରଫରୁ ସାଇନ୍ସ ଏବଂ ଟେକ୍ନୋଲୋଜି ବିଭାଗକୁ ଜମି ହସ୍ତାନ୍ତର ପ୍ରକ୍ରିୟା ମଧ୍ୟ ହୋଇଯାଇଥିବାର ଦୃଷ୍ଟାନ୍ତ ରହିଛି। ଏହାକୁ ନେଇ ଗତ ୨୦୧୬ ମସିହାରେ ‘ସମାଜ’ରେ ଖବର ପ୍ରକାଶିତ ହୋଇ ଆସିଥିବା ଦୃଷ୍ଟାନ୍ତ ରହିଛି। ସୁଚନା ଥାଉକି, ଗତ ୨୦୧୩ ମସିହାରେ ବିଜ୍ଞାନ ଓ କାରିଗରୀ ବିଭାଗକୁ ରାଜସ୍ୱ ବିଭାଗ ତରଫରୁ ଜମି ହସ୍ତାନ୍ତର ହୋଇଥିଲା। ସେହି ସମୟରେ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଭୁବନେଶ୍ୱରର ସହକାରୀ ଇଂ.ସୁରେଶ ପରିଛା ଉକ୍ତ ଜମିକୁ ଗ୍ରହଣ କରିଥିଲେ। ଏପରିକି ପ୍ଲାନେଟୋରିୟମ ସହିତ ଟେକ୍ନୋଲୋଜି ପାର୍କ ଏହି ପଶୁଚିକିତ୍ସା ବିଭାଗ ନିକଟର ଏହି ଜମିକୁ କରାଯିବା ପାଇଁ ମଧ୍ୟ ସମୀକ୍ଷା ହୋଇଥିଲା।

 

- Advertisement -

ଇତିହାସର ଫର୍ଦ୍ଦକୁ ଓଲଟାଇ ଦେଖିଲେ ବର୍ତ୍ତମାନର ଏହି ସାଇନ୍ସ ଏବଂ ଟେକ୍ନୋଲୋଜି ପାର୍କ ସ୍ତାନରେ ପୁର୍ବରୁ ଘାସ ଚାଷକୁ ପ୍ରୋତ୍ସାହିତ କରାଯିବା ପାଇଁ ଓ ଲୋକଙ୍କୁ ଘାସ ତଥା ତାର ଚାରା ବା ମୂଳ ଯୋଗାଇବା ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରାଣି ସମ୍ପଦ ବିକାଶ ପରିଷଦ ତରଫରୁ ବୁର୍ଲା ପ୍ରାଣୀ ଚିକିତ୍ସାଳୟରେ ଏକ ଏକର ସବୁଦିନିଆଁ ହାଇବ୍ରିଡ଼ ବା ନାପିୟର ଘାସ ଚାଷ ପାଇଁ ଅର୍ଥର ବ୍ୟବସ୍ତା କରା ଯାଇଥିବାର ଦୃଷ୍ଟାନ୍ତ ରହିଛି। ପ୍ରଥମେ ବୁର୍ଲା ପ୍ରାଣୀ ଚିକିତ୍ସକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟଙ୍କା ଖର୍ଚ୍ଚ ହେବା ସହ ୩ ବର୍ଷର ରକ୍ଷଣ ବେକ୍ଷଣ କରାଯିବା ପାଇଁ ବ୍ୟବସ୍ତା ହୋଇଥିଲା। ମାତ୍ର ଏହା କରାଯିବା ପରିବର୍ତ୍ତେ ବୁର୍ଲା ପ୍ରାଣୀ ଚିକିତ୍ସକଙ୍କୁ ଦିଆ ନ ଯାଇ ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ତ୍ରୁଣ ଉନ୍ନୟନ ଅଧିକାରୀ ନିଜେ ଟଙ୍କା ଖର୍ଚ୍ଚ କରି ଏହି ଘାସଚାଷ ପ୍ରାରମ୍ଭ କଲେ। ଘାସଚାଷ ଏକ ଏକର ବିଶିଷ୍ଟ ଜମିରେ କରାଯିବାକୁ ଥିବା ବେଳେ ପ୍ରାୟ ୧.୫ ଏକର ଜମିରେ ତାରବାଡ଼ ଲଗାଇ ଯାଇାଥିଲା। ଏହି ତାରବାଡ଼ ଠିକ ପ୍ଲାନେଟୋରିୟମ ଏବଂ ପଶୁ ଚିକିତ୍ସା କେନ୍ଦ୍ର ମଧ୍ୟଭାଗରେ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ ଜମିରେ ଘାସ ଚାଷ କରା ନ ଯାଇ କାଗଜ କଲମରେ ଘାସ ଚାଷ ଦର୍ଶାଯାଇ ଉକ୍ତ ଟଙ୍କାକୁ ବାଟମାରଣା କରାଯାଇଥିବାର ଅଭିଯୋଗ ହୋଇଥିଲା। କାରଣ ଘାସ ଲଗାଗଲା ପରେ ଅତିକମରେ ୩ ବର୍ଷରୁ ଉଦ୍ଧ୍ୱର୍ କାଳ ପର୍ଯ୍ୟନ୍ତ ଏହା ରହିବା କଥା ମାତ୍ର ଏବେ ବର୍ଷାଦିନେ ମଧ୍ୟ ସେଠାରେ ଏକ ବୁଦା ବା ନାପିୟର ଘାସ ଉଠି ନ ଥିଲା। ଏଥିରେ ଲାକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ସନ୍ଦେହ ଦୃଢ଼ିଭୁତ ହୋଇଥିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପାରିଲେ ଯାଇ ଏହି ଚାଞ୍ଚଲ୍ୟକର କାଗଜ କଲମରେ ଷାସଚାଷର ପ୍ରକୃତ୍ୟ ରହସ୍ୟ ଉନ୍ମୋଚିତ ହୋଇପାରନ୍ତା ବୋଲି ଦାବୀ ହୋଇଥିଲା। ସମ୍ବଲପୁରର ସହକାରୀ ତତ୍କାଳିନ ତ୍ରୁଣ ଉନ୍ନୟନ ଅଧିକାରୀ ଅନୁପ କୁମାର ବଡ଼ପଣ୍ଡା ଚଳିତ ବର୍ଷ ପ୍ରାରମ୍ଭରେ ବୁର୍ଲାରେ ଏହି ନାପିୟର ଘାସ ଚାଷ ପାଇଁ ସମୁଦାୟ ୧ ଲକ୍ଷ ଟଙ୍କାରୁ ପ୍ରାୟ ୫୭ ହଜାର ଟଙ୍କା ଖର୍ଚ୍ଚ କରା ଯାଇଥିବା ସ୍ପଷ୍ଟିକରଣ ସେହି ସମୟରେ ଦେଇଥିଲେ। ମାତ୍ର ପାଣି ଅଭାବରୁ ଘାସଚାଷ ସଠିକ ଭାବରେ ହୋଇ ନ ଥିବା ତଥା ରକ୍ଷଣାବେକ୍ଷଣ ଅଭାବରୁ ଘାସ ଚାଷ ଖରାଫ୍ ହୋଇ ଯାଇଥିବା ସ୍ପଷ୍ଟିକରଣ ଦେଇଥିଲେ। ଖରିଫ୍ ଋତୁରେ ଏହା କରାଯିବା ପାଇଁ ବିଚାର କରାଯାଇଥିଲା ମାତ୍ର ତାର ସମୟ ମଧ୍ୟ ଅତିକ୍ରାନ୍ତ ହୋଇଥିବା ଏବଂ କର୍ମଚାରୀ ଅଭାବରୁ ଏହା ହୋଇ ପାରି ନ ଥିବା ସ୍ପଷ୍ଟିକରଣ ଦେଇଥିଲେ। ମାତ୍ର ସେହି ସମୟରେ ଏହି ସ୍ତାନରେ ଟେକ୍ନୋଲୋଜି ପାର୍କ କରାଯିବା ପାଇଁ ଦାବୀ ଉପସ୍ଥାପିତ ହୋଇଥିଲା ଯାହାକି ଆଜି ଫଳପ୍ରଦ ହୋଇଛି। ତେବେ ସେ ଯାହା ହେଉନା କାହିଁକି ଏହି ସ୍ତାନରେ ସାଇନ୍ସ ଏବଂ ଟେକ୍ନୋଲୋଜି ପାର୍କ କରାଯିବା ପାଇଁ ଦାବୀ ହୋଇ ଆସୁଥିଲା। ଏହା ସହିତ ଆଇନଜିବୀ ଲକ୍ଷ୍ମୀଧର ମହାନ୍ତି ଏହି ସ୍ତାନକୁ ଆହୁରି ମାତ୍ରାରେ ପ୍ରଶସ୍ତ କରାଯାଇ ପଛପାଖରେ ରହିଥିବା ଏକ ଏକର ଜମିକୁ ଏହି ଟେକ୍ନୋଲୋଜି ପାର୍କ ନିର୍ମାଣରେ ସାମିଲ କରାଯିବା ପାଇଁ ଦାବୀ କରିଛନ୍ତି। ତେବେ ବୁର୍ଲା ସହରରେ ଟେକ୍ନୋଲୋଜି ପାର୍କ ହେବାକୁ ନେଇ ଆଶା ଉଜ୍ୱଳ ହେବା ସହିତ ଏହାକୁ ସ୍ତାନିୟ ମହଲରେ ସ୍ୱାଗତ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories