www.samajalive.in
Wednesday, December 10, 2025
23.1 C
Bhubaneswar

ଘରୋଇକରଣ ହେବନାହିଁ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ନେଇ ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଆନ ଏୟାରଲାଇନ୍ସ ପର୍ଯ୍ୟନ୍ତ ଅନେକ ସଂସ୍ଥାକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଦେଶରେ ଅନେକ ସ୍ତରରେ ଦୃଢ ପ୍ରତିବାଦର ସ୍ୱର ପ୍ରକାଶ ପାଉଛି। ଏଭଳି ପରିସ୍ଥିତିରେ ଭାରତୀୟ ରେଳବାଇରେ ଘରୋଇ ପକ୍ଷଙ୍କୁ କେତେକ ଟ୍ରେନ ଚଳାଚଳ ପାଇଁ ଅନୁମତି ଦିଆଯିବା ପ୍ରସଙ୍ଗକୁ ନେଇ ଅନେକ ରେଳବାଇର ଘରୋଇକରଣ କରାଯାଉଥିବା ଆଶଙ୍କା କରିଥିଲେ। ତେବେ ବିଭାଗୀୟ ମନ୍ତ୍ରୀ ପିୟୁଷ ଗୋଏଲ ଏହି ଆଶଙ୍କାକୁ ଖଣ୍ଡନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ରେଳବାଇକୁ କଦାପି ଘରୋଇକରଣ କରାଯିବନାହିଁ। ତେବେ ରେଳବାଇ ଯେଭଳି ଅଧିକ ଦକ୍ଷତାର ସହିତ କାର୍ଯ୍ୟକରିପାରିବ, ସେଥିପାଇଁ ଏଥିରେ ଘରୋଇ ନିବେଶକୁ ଉତ୍ସାହିତ କରାଯିବାର ଆବଶ୍ୟକତା ରହିଛି। ରେଳବାଇ ପାଇଁ ବ୍ୟୟମଞ୍ଜୁରୀ ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ଗୋଏଲ କହିଛନ୍ତି, ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ମିଳିତ ଭାବେ କାର୍ଯ୍ୟକଲେ ଦେଶ ଉଚ୍ଚ ଅଭିବୃଦ୍ଧି ପଥରେ ଅଗ୍ରସର ହେବ ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ରେଳବାଇ ପ୍ରତ୍ୟେକ ଭାରତୀୟଙ୍କ ସମ୍ପତ୍ତି ଏବଂ ତାହା ସେହିଭଳି ରହିବ, ଏହାକୁ ଘରୋଇକରଣ କରାଯିବ ନାହିଁ।

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories