www.samajalive.in
Saturday, December 13, 2025
21.1 C
Bhubaneswar

ଅନ୍‌ଲାଇନରେ ଗାଈ ବିକ୍ରି ବିଜ୍ଞାପନ ଦେଇ ୧ଲକ୍ଷ ଗୋଲ୍‌

ଭୁବନେଶ୍ୱର : ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଇବର ଠକଙ୍କ କବଳରୁ ମୁକୁଳିବା ଏବେ କଷ୍ଟକର ବ୍ୟାପାର ହୋଇପଡ଼ିଲାଣି। କମିସନରେଟ ପୁଲିସରେ ସାଇବର ବିଶେଷଜ୍ଞଙ୍କ ଘୋର ଅଭାବ ଯୋଗୁଁ ରାଜଧାନୀରେ ଏହି ଅପରାଧ ସଂଖ୍ୟା ଲମ୍ବିବାରେ ଲାଗିଛି। ସୋମବାର ଭରତପୁର ଥାନା ଅଞ୍ଚଳର ଦେବାଶିଷ ସାହୁ ନାମକ ଯୁବକ ଗାଈ ବିକିବାକୁ ଅନଲାଇନରେ ବିଜ୍ଞାପନ ଦେଇ ୧ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଦେବାଶିଷ ଅନଲାଇନ ଜରିଆରେ କ୍ରିଷି ଆପ୍‌ରେ ତାଙ୍କର ଗାଈ ବିକିବାକୁ ଗାଈର ଫଟୋ ସହ ବିଜ୍ଞାପନ
ଦେଇଥିଲେ। ବିଜ୍ଞାପନ ଦେଖି ସାଇବର ଠକ ତାଙ୍କ ଗାଈକୁ ପସନ୍ଦ କରି କିଣିବାକୁ ରାଜି ହୋଇଥିଲେ। ଏଥିପାଇଁ ଗାଈର ମୂଲ୍ୟ ୨୦ ହଜାର ଟଙ୍କା ସ୍ଥିର ହୋଇଥିଲା। ସାଇବର ଠକ ଦେବାଶିଷକୁ ଫୋନ ପେ’ରେ ୧୦ ହଜାର ଦେବା ସହ ଆଉ ଅବଶିଷ୍ଟ ଟଙ୍କା କ୍ୟାସ୍‌ ମାଧ୍ୟମରେ ଦେବା ପାଇଁ କହିଥିଲା। ତେଣୁ ସେ ଜଣେ ଆର୍ମି ଅଫିସର ହୋଇଥିବାରୁ ସିଧା ଫୋନ୍‌ ପେ’ରେ ଟଙ୍କା ପଠାଇବାର ନିର୍ଦେଶ ନାହିଁ ବୋଲି କହିବା ସହ ତାଙ୍କର କ୍ୟୁଆର କୋଡ୍‌ ସ୍କାନ୍‌ କରି ପଠାଇବାକୁ କହିଥିଲା। ଦେବାଶିଷ ତାଙ୍କର କ୍ୟୁଆର କୋଡ୍‌ ସ୍କାନ୍‌ କରିବା ପରେ ସାଇବର ଠକ ତାଙ୍କ ଆକାଉଣ୍ଟରେ ପ୍ରଥମେ ୫ଟଙ୍କା ପଠାଇଥିଲା। ଏହାପରେ ଠକ ୮ଥରରେ ଦେବାଶିଷଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ୧ଲକ୍ଷ ଟଙ୍କା ଉଠାଇ ନେଇଥିଲା। ତାଙ୍କ ଆକାଉଣ୍ଟରୁ ରାହୁଲ ପଣ୍ଡାଙ୍କ ଆକାଉଣ୍ଟକୁ ଗୁଗୁଲ ପେ ମାଧ୍ୟମରେ ଟଙ୍କା ଯାଇଥିବା ସେ ଜାଣିବା ପରେ ସାଇବର ଠକ ଦେଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରିଥିଲେ। ହେଲେ ଠକ ଜଣକ ଦେବାଶିଷଙ୍କ ଫୋନ୍‌ ଉଠାଇ ନଥିଲା। ଶେଷରେ ସେ ନିରାଶ ହୋଇ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories