www.samajalive.in
Thursday, December 11, 2025
16.1 C
Bhubaneswar

ବିଶ୍ବସ୍ତ ମହୁମାଛି

ଆମେ ମଣିଷଜାତି ଭାରି କୃତଘ୍ନ, ଅସୁବିଧାରେ ପଡ଼ିଥିବା ନିଜ ଲୋକକୁ ସାହାଯ୍ୟ କରିବା ପୂର୍ବରୁ ବାରମ୍ବାର ଭାବୁ କ’ଣ କଲେ ଠିକ୍ ହେବ? କେତେଜଣ ତ’ ଅସୁବିଧାରେ ଦୂରେଇ ଯାଇ ବରଂ ସୁଖଦ ପରିସ୍ଥିତିରେ ହିଁ ସାଥି ହେବାକୁ ଉଚିତ୍ ମଣନ୍ତି। ହେଲେ ପଶୁପକ୍ଷୀ ହୁଅନ୍ତୁ ଅବା ଛୋଟ କୀଟଟିଏ, ଏମାନଙ୍କ ମଧ୍ୟରେ ନିବିଡ଼ତା ଅଧିକ। ପାଠକବନ୍ଧୁ, ଏହି ଘଟଣାକ୍ରମକୁ ପଢ଼ିଲେ ସ୍ଥିତିକୁ ଭଲଭାବେ ହୃଦୟଙ୍ଗମ କରିପାରିବେ। ୨୦୧୬ ବ୍ରିଟେନ୍‌ର ଲଣ୍ଡନସ୍ଥିତ ଏକ ମଲ୍ ପାର୍କିଂ​‌େ​‌ର ଜଣେ ବ୍ୟକ୍ତି ନିଜ ଏସ୍‌ୟୁଭି କାର୍‌କୁ ରଖି କିଣାକିଣି କରିବାକୁ ଭିତରକୁ ଗଲେ। କାମ ସାରି ଗାଡ଼ି ପାଖକୁ ଫେରି ସେ ଚମକିପଡ଼ିଲେ। କାରଣ ଗାଡ଼ିର ପଛପାଖ କାଚରେ ସଂଖ୍ୟାଧିକ ମହୁମାଛି ବସିଥାନ୍ତି, ମହୁମାଛିଙ୍କ ଆକ୍ରମଣ ଭୟରେ ବ୍ୟକ୍ତିଜଣକ ଗାଡ଼ି ପାଖକୁ ନ ଯାଇ ନିକଟସ୍ଥ ସହାୟତା କେନ୍ଦ୍ରକୁ ଫୋନ୍ କଲେ। ମହୁମାଛି ଏତେ ସଂଖ୍ୟାର ଗାଡ଼ି ଉପରେ ଲାଗିଥିବାର ଖବର ପାଇ ସହାୟତା କେନ୍ଦ୍ରରୁ ୫ଜଣ କର୍ମଚାରୀ ଆସିଲେ, ସେଦିନ ପୂରା ଚେଷ୍ଟା କରି ମଧ୍ୟ ମହୁମାଛିଙ୍କ କବଳରୁ ସେମାନେ ଗାଡ଼ିକୁ ବାହାର କରିପାରିଲେନାହିଁ। ଜଣେ ମହୁମାଛି ଧରାଳୀଙ୍କ ପରାମର୍ଶ ନିଆଗଲା, ସେ କହିଲେ ନିଶ୍ଚିତ ଗାଡ଼ି ଭିତରେ ରାଣୀ ମହୁମାଛି ଫସିଯାଇଛି। ନଚେତ୍ ଏତେ ସଂଖ୍ୟାରେ ମହୁମାଛି ଗାଡ଼ି ପଛରେ ଲାଖିରହିବେନାହିଁ। ଏକ ଉଚ୍ଚକ୍ଷମତାସମ୍ପନ୍ନ କ୍ୟାମେରା ସହାୟତା​‌େ​‌ର ଗାଡ଼ି ଭିତର ପାଖରେ ରାଣୀ ମହୁମାଛି ଫସିଥିବାର ଭିଡିଓରୁ ଜଣାପଡ଼ିଲା। ୨ଦିନ ନିରନ୍ତର ଚେଷ୍ଟା କରାଯିବା ପରେ ଶେଷରେ ରାଣୀମହୁମାଛିକୁ କାର୍‌ରୁ ବାହାର କରାଗଲା, ରାଣୀ ବାହାରିବା ପରେ ଅନ୍ୟ ମହୁମାଛି ନିମିଷକରେ ଦଳ ବାନ୍ଧି କେଉଁଆଡ଼େ ଉଡ଼ି ପଳାଇଲେ। ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଆମ ମନୁଷ୍ୟଜାତିକୁ ବିଶ୍ବସନୀୟତାର ଶିକ୍ଷା ଦେଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories